fbpx

(Video) ବିଶ୍ୱକପ ହକି ପାଇଁ ଓଡ଼ିଶାକୁ ଆସିଥିଲା କୋକେନ.. ବଢାଇବାକୁ ଚାଁହୁଥିଲେ ଓଡ଼ିଶାରେ କୋକେନର କଳା ସାମ୍ରାଜ୍ୟ

ଟ୍ରାଭେଲସ ମାଲିକରୁ କୋକେନ ଡିଲର । ଓଡ଼ିଶାରେ କୋକେନ ବ୍ୟବସାୟ କଳା ସାମ୍ରାଜ୍ୟ ପାଇଁ କରୁଥିଲେ ମସୁଧା । ଟାର୍ଗେଟ ରେ ଥିଲା 2023 ହକି ବିଶ୍ୱକପ । ହକି ବିଶ୍ୱକପ ପୂର୍ବରୁ ଓଡ଼ିଶାରେ କୋକେନର କଳା ସାମ୍ରାଜ୍ୟ ପାଇଁ ଚାଲିଥିଲା ବ୍ଲୁ ପ୍ରିଣ୍ଟ । ରାଜଧାନୀର ବଡ ବଡ ତାରକା ହୋଟେଲ ସହ ପପ ମାନଙ୍କୁ ଟାର୍ଗେଟ କରାଯାଇଥିଲା .ବିଦେଶୀ ପଯ୍ୟଟକଙ୍କ ପାଇଁ ହେଉଥିଲା ଏହି ଯୋଜନା । ହେଲେ ସବୁ ପ୍ଲାନ କୁ ଫେଲ କରିଥିଲା ସ୍ପେଶାଲ ଟାସ୍କ ଫୋର୍ସ । ଯେତେବେଳେ ରାଜଧାନୀ ସାଲିଆସାହି ଅଞ୍ଚଳରୁ ଏସଟିଏଫ ଧରିଥିଲା ଦୁଇ କୋକେନ ବ୍ୟବସାୟୀ ଶନି ଓ ରବି କୁ ।

ତେବେ ପଚରା ଉଚରାରେ ଏସଟିଏଫ ହାତରେ ଲାଗିଥିଲା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଦିଲ୍ଲୀ ର ତୁର୍କମାନ ଗେଟରୁ ଏହି କୋକେନ ଓଡ଼ିଶା ଆଣିଥିଲା ରବି ଯାହାକୁ ସାହାଯ୍ୟ କରିଥିଲା ଶନି, ଆଉ ଶନିର ସହଯୋଗରେ ଓଡ଼ିଶାରେ କୋକେନର କାୟା ବିସ୍ତାର ପାଇଁ ଯୋଜନା କରାଯାଇଥିଲା । ସାଲିଆ ସାହି ଅଂଚଳକୁ ସୁରକ୍ଷିତ ମନେ କରି ସେହି ଠାରୁ କୋକେନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରାଯାଇଥିଲା ।

ରବି ସିଂହ ଓରଫ ରବି । ପେସାରେ ଜଣେ ଟ୍ରାଭେଲସ ମାଲିକ ହୋଇଥିଲେ ବି କରୁଥିଲା କୋକେନ ଡ଼ିଲିଙ୍ଗ । ଦେଶର ବିଭିନ୍ନ ସହରରେ ରବି ଚଳାଇଛି ତାର ନେଟୱର୍କ । 2010 ରେ କମନୱେଲଥ ଗେମ ବେଳେ କୋକେନ ବ୍ୟବସାୟ ଆରମ୍ଭ କରିଥିଲା ରବି । ଦିଲ୍ଲୀ ତୁର୍କୀମାନ ଗେଟ ପାଖରେ ଥିବା ବିଗବସ ଠାରୁ କୋକେନ ଆଣି ଦେଶର ବଡ଼ବଡ଼ ସହରକୁ ଟାର୍ଗେଟ କରୁଥିଲା..ସେହି ଭଳି ଓଡ଼ିଶା ଉପରେ ପଡିଥିଲା ରବିର ନଜର । ଓଡ଼ିଶାରେ ବିଦେଶୀ ପଯ୍ୟକଟଙ୍କ ଯିବାଆସିବା ସହ ଆଗକୁ ହକି ବିଶ୍ୱକପ ଥିବାରୁ କୋକେନ ବ୍ୟବସାୟ କରିବା ପାଇଁ ପ୍ଲାନ କରିଥିଲା । ଯାହାକୁ ସଂପୂର୍ଣ୍ଣ ସହଯୋଗ କରିଥିଲା ଶନି କୁମାର । ଶନି ଜଣେ ଚୁଡ଼ି ବ୍ୟବସାୟୀ ଥିବାରୁ ପୋଲିସର ଆଢୁଆଳ ଭିତରେ ବ୍ୟବସାୟ କରିବା ପାଇଁ ଟାର୍ଗେଟ କରିଥିଲା । ତେବେ ଧରା ପଡିବା ପରେ ଅଧିକ ତଦନ୍ତ ପାଇଁ ଦୁଇ ଜଣକୁ 5ଦିନିଆ ରିମାଣ୍ଡ ରେ ଆଣିବା ପାଇଁ କୋଟ ରେ ଆବେଦନ କରିଛି ଏସଟିଏଫ । ରିମାଣ୍ଡ ରେ ଆଣି ଅଧିକ ପଚରା ଉଚରା ପରେ ଘଟଣା ଉପରୁ ପରଦା ଉଠିପରିବ ।

Get real time updates directly on you device, subscribe now.