fbpx

ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍: ନିୟନ୍ତ୍ରଣ ହରାଇ ଷ୍ଟେସନ ଉପରକୁ ଗଲା ଚଢ଼ି, ଦେଖନ୍ତୁ ଭାଇରାଲ୍ Video

ନୂଆଦିଲ୍ଲୀ: ଚେନ୍ନାଇର ମଧ୍ୟ ରେଲୱେ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତଯାଇଛି । ସେଠାରେ ରବିବାର ଦିନ ଅର୍ଥାତ୍ ୨୪ ଏପ୍ରିଲରେ ଲୋକାଲ ଟ୍ରେନର ଏକ କୋଚ୍ ପ୍ଲାଟଫର୍ମ ଉପରେ ଚଢ଼ିଯାଇଥିଲା । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି କି, ଯେଉଁ ସମୟରେ ବଗିଟି ପ୍ଲାଟଫର୍ମ ଉପରେ ଚଢ଼ିଗଲା, ସେବେ ସେଠାରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିଲେ ।

ମିଳିଥିବା ସୂଚନା ଅନୁସାରେ, ୨୪ ଏପ୍ରିଲରେ ଏକ ଖାଲି ଲୋକାଲ ଟ୍ରେନକୁ ୱାର୍ଡରୁ ପ୍ଲାଟଫର୍ମକୁ ନିଆଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣା ସମ୍ପର୍କରେ ଦକ୍ଷିଣ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏସ ଗୁଗାନେସନ ମିଡିଆକୁ କହିଥିଲେ ।

ତାଙ୍କ କହିବା ମୁତାବକ, ରୋଡ ଲାଇନରୁ ପ୍ଲାଟଫର୍ମ ନମ୍ବର-୧ ଉପରେ ଏକ ଖାଲି ଇଏମୟୁକୁ ନେଇ ଯିବା ସମୟରେ ଏକ କୋଚ୍ ପ୍ଲାଟଫର୍ମର ବଫର ଏଣ୍ଡକୁ ଭାଙ୍ଗି ଆଗକୁ ଚାଲିଯାଇଥିଲା । ଏଥିରେ ପ୍ଲାଟଫର୍ମର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ କୋଚ୍ ସମ୍ପୂର୍ଣ୍ଣ ଖାଲି ଥିଲା ଓ ଏଥିରେ କୌଣସି ଯାତ୍ରୀ ନଥିଲେ । ପ୍ଲାଟଫର୍ମରେ ବି କାହାର କ୍ଷତି ହୋଇନାହିଁ ।’

ଅନ୍ୟପଟେ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାକୁ ନେଇ ଡ୍ରାଇଭର କହିଛନ୍ତି ଯେ, ଟ୍ରେନର ବ୍ରେକ୍ ଫେଲ ହୋଇଥିଲା । ଯାହାଫଳରେ ଟ୍ରେନକୁ ଅଟକାଯାଇପାରିଲା ନାହିଁ ଓ ଏହି ଦୁର୍ଘଟଣା ହୋଇଗଲା । ପ୍ରାୟ ୯ ଘଣ୍ଟା କଠିନ ପରିଶ୍ରମ ପରେ ଟ୍ରେନକୁ ଦୁର୍ଘଟଣାସ୍ଥଳରୁ ହଟାଇ ଦିଆଯାଇଥିଲା ।

Get real time updates directly on you device, subscribe now.