fbpx

ୟୁକ୍ରେନ ପାଇଁ ସହଯୋଗର ହାତ ବଢାଇଲେ ପଡୋଶୀ ରାଷ୍ଟ୍ର: କେବଳ ହତିଆର ପାଇଁ ମିଳିଲା ଏତିକି ଟଙ୍କାର ସହାୟତା

ନୂଆଦିଲ୍ଳୀ: ଋଷ ଆକ୍ରମଣ ପରେ ୟୁକ୍ରେନକୁ ହତିଆର ଏବଂ ଆର୍ଥିକ ସହାୟତା ଭାବରେ ୧୨ ବିଲିୟନ ଆମେରିକା ଡଲାରରୁ ଅଧିକ ସହାୟତା ମିଳି ସାରିଛି । ଏ ନେଇ ୟୁକ୍ରେନର ପ୍ରଧାନମନ୍ତ୍ରୀ ଡେନିସ ଶମିହଲ ସୂଚନା ଦେଇଛନ୍ତି । ଏଥିପାଇଁ ଆମେରିକା ସମେତ ଅନ୍ୟ ୟୁରୋପୀୟ ଦେଶଗୁଡିକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ଗତ ଫେବୃୟାରୀ ୨୪ ତାରିଖରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷର ଏହି କାର୍ଯ୍ୟକଳାପ ଉପରେ ଆମେରିକା ସମେତ ଅନ୍ୟ ରାଷ୍ଟ୍ର ନାରାଜ ରହିଥିବା ବେଳେ ପଶ୍ଚିମ ଦେଶମାନେ ଋଷ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଋଷ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ୟ ପକ୍ଷରେ ୟୁକ୍ରେନକୁ ଋଷ ବିରୁଦ୍ଧରେ ଲଢିବା ପାଇଁ ହତିଆର ଏବଂ ଅନ୍ୟାନ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ଏହି ପଡୋଶୀ ଦେଶ । ଯୁଦ୍ଧ ପାଇଁ ଦେଶକୁ ୬୦୦ ଡଲାରରୁ ଅଧିକ କ୍ଷତି ହୋଇଥିବା କହିଛନ୍ତି ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି । ତେବେ ଏହାର କ୍ଷୟକ୍ଷତି ପାଇଁ ଖୁବସହାୟତା ଯୋଗାଇ ଦେଇଛନ୍ତି ସହଯୋଗୀ ରାଷ୍ଟ୍ର ।

ଆମେରିକାର ରାଷ୍ଟପ୍ତି ଜୋ ବାଇଡେନ ଗତମାସରେ ୮୦ କୋଟି ଡଲାରର ନୂଆ ସୈନ୍ୟ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଏଥିରୁ ୨୦ ଆରବ ଡଲାରରୁ ଅଧିକ ସୈନ୍ୟ ସହାୟତା ଏବଂ ପଡୋଶୀ ରାଷ୍ଟ୍ରର ରକ୍ଷା ତନ୍ତ୍ରକୁ ମଜବୁତ ବନାଇବା ପାଇଁ ବୋଲି କହିଛି ହ୍ୱାଇଟ ହାଉସ । ସେହିପରି ୮.୫ ଆରବ ଡଲାର ସରକାରଙ୍କ କାର୍ଯ୍ୟ ପାଇଁ ଏôଂ ୩ ଆରବ ଡଲାର ସାଧାରଣ ନାଗରିକଙ୍କ ସହାୟତା ପାଇଁ ଖର୍ଚ୍ଚ କରାଯିବ ବାଲି ଜଣାଯାଇଛି ।

Get real time updates directly on you device, subscribe now.