fbpx

ମହଙ୍ଗା ପଡ଼ିଲା କ୍ଲାସରେ ପୁଷ୍ପା ନାଚ: ଅବହେଳା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଆଜିକାଲି ସମସ୍ତଙ୍କୁ ଘରିଛି ‘ପୁଷ୍ପା’ର ଫିଭର । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମଟି ଯେବେଠାରୁ ରିଲିଜ୍ ହୋଇଛି, ସେବେଠାରୁ ଏହାର ଡ୍ୟାନ୍ସ, ଗୀତ ଓ ଡାଏଲଗ୍ ସମସ୍ତଙ୍କୁ କିମିଆ କରିଛି । କିନ୍ତୁ ଏହି ପୁଷ୍ପା ନାଚ ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

କ୍ଲାସରେ ପୁଷ୍ପା ନାଚକୁ ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଶେରଗଡ଼ ବରମୁଣ୍ଡଳୀ ଅପଗ୍ରେଡ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି । ଦାୟିତ୍ୱ ଅବହେଳା ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ କ୍ଲାସରେ ଫିଲ୍ମ ଗୀତ ଲଗାଇ ପିଲା ନାଚୁଥିବା ଭିଡିଓ ଭାଇରାଲ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନ ନେଇ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.