fbpx

ଖାଇବା ଦେବାକୁ ଯାଇଥିବା ବେଳେ ଆକ୍ରମଣ କଲା ସିଂହ: କ୍ୟାମେରାରେ କଏଦ୍ ପୂରା ଘଟଣା

ନୂଆଦିଲ୍ଲୀ: ମଣିଷମାନେ ନିଜର ସ୍ୱାର୍ଥପାଇଁ ପଶୁମାନଙ୍କୁ ବହୁତ ଶୋଷଣ କରୁଛନ୍ତି । ପଶୁମାନଙ୍କୁ ତାଙ୍କ ପ୍ରକୃତି ନିବାସରୁ ଅଲଗା କରି ପିଞ୍ଜରାରେ ବନ୍ଦୀ କରି ରଖିବା କେତେ ବିପଜ୍ଜନକ ହୋଇପାରେ, ଏହାର ପରିଣାମ ନିକଟରେ ଦେଖିବାକୁ ମିଳିଛି । ସାଉଥ ଆଫ୍ରିକାର ଏକ ପ୍ରାଣୀ ଉନ୍ୟାନରେ ଜଣେ ବ୍ୟକ୍ତିଙ୍କ ଉପରେ ସିଂହ ଆକ୍ରମଣ କରିଥିବା ଫଟୋ ସାମ୍ନାକୁ ଆସିଛି, ଯେ କି ତାକୁ ଖାଇବା ଦେବାକୁ ଯାଇଥିଲେ । ଏହି ଲୋମଟାଙ୍କୁରା ଆକ୍ରମଣର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପିଞ୍ଜରାରେ ବନ୍ଦ ଥିବା ସିଂହ ନିଜକୁ ଖାଦ୍ୟ ଦେଉଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଖାଇବାକୁ ଚେଷ୍ଟା କରିଥିଲା ।

ସାଉଥ ଆଫ୍ରିକାର ମକରେଲେ ପ୍ରିଡେଟର ସେଣ୍ଟରରୁ ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ସେଠାରେ କାମ କରୁଥିବା ମାଇକ ହୋଡଗେଙ୍କ ଉପରେ ସିଂହ ଆକ୍ରମଣ କରିଥିଲା, ଯେ କି ତାକୁ ଖାଇବା ଦେବାକୁ ଯାଇଥିଲେ । ସିଂହଟି ମାଇକଙ୍କୁ ଅନେକ ଦୂର ପର୍ଯ୍ୟନ୍ତ ଟାଣି ଦେଇଥିଲା । ଏହାପରେ ସିଂହର କ’ଣ ହେଲା କେଜାଣି, ସେ ମାଇକଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ିଦେଇଥିଲା । ଏହା ପରେ ତୁରନ୍ତ ତାଙ୍କୁ ପିଞ୍ଜରାରୁ ବାହାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ମାଇକଙ୍କ ଅବସ୍ଥା ସ୍ଥିର ଅଛି ଓ ଡାକ୍ତରଙ୍କ କହିବା ମୁତାବକ, ସେ ଶୀଘ୍ର ସୁସ୍ଥ ହେଉଛନ୍ତି । କିନ୍ତୁ ଏହି ପୂରା ଘଟଣା କ୍ୟାମେରାରେ କଏଦ୍ ହୋଇଛି ।

ତେବେ ମାଇକ୍ ଏବଂ ତାଙ୍କ ପରିବାର ଦକ୍ଷିଣ ଆଫ୍ରିକାର ଥାବାଜିବିରେ ସିଂହ ରିଜର୍ଭର ଦେଖାଶୁଣା କରନ୍ତି । ମାଇକ୍ ସେଠାରେ ସିଂହମାନଙ୍କୁ ପ୍ରଜନନ କରି ସେମାନଙ୍କୁ ବଢ଼ାଇଥାନ୍ତି । ମାଇକ୍ ନିଜ ପିଲା ପରି ସିଂହ ପାଳନ୍ତି । ଦିନେ କୌଣସି ସିଂହ ତାଙ୍କ ଉପରେ ଆକ୍ରମଣ କରିବ ବୋଲି ମାଇକ ଭାବି ବି ନଥିଲେ । ଯେଉଁ ସିଂହଟି ମାଇକଙ୍କ ଉପରେ ଆକ୍ରମଣ କରିଥିଲା, ସେ ତାକୁ ପିଲାଦିନରୁ ଖାଇବାକୁ ଦେଉଥିଲେ । ପ୍ରତିଦିନ ଭଳି ସେ ଦିନ ବି ମାଇକ ସିଂହକୁ ଖାଇବା ଦେବାକୁ ଯାଇଥିଲେ । କିନ୍ତୁ ସେଦିନ ସିଂହ ମନରେ କ’ଣ ଆସିଲା କି, ସେ ମାଇକଙ୍କ ଉପରେ ଆକ୍ରମଣ କରିଦେଲା ।

Get real time updates directly on you device, subscribe now.