fbpx

ଆପଣଙ୍କର ରହିଛି କି ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ: ଏମିତି ଉଠାନ୍ତୁ ୨ ଲକ୍ଷ ଟଙ୍କାର ଫାଇଦା

ନୂଆଦିଲ୍ଲୀ: ନୂଆଦିଲ୍ଳୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆଣିଛି ବଢିଆ ଖବର । ଏସବିଆଇ ଆକାଉଣ୍ଟ ଥିବା ଗ୍ରାହକ ମାନେ ୨ ଲକ୍ଷ ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ । ତେବେ ଜନଧନ ଆକାଉଣ୍ଟ ଥିବା ଗ୍ରାହକ ମାନେ ଏସବିଆଇର ଏହି ଯୋଜନାର ଲାଭ ଉଠାଇ ପାରିବେ । ଆର୍ଥିକ ସ୍ତରରେ ଅନଗ୍ରସର ଲୋକଙ୍କ ପାଇଁ ଏହି ସୁବିଧା ରଖାଯାଇଛି । ଜନଧନ ଆକାଉଣ୍ଟ ରହିଥିବା ଗ୍ରାହକ ମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ । ଜନଧନ ଆକାଉଣ୍ଟ ସହିତ ରୂପେ କାର୍ଡ ରଖିଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ । ଏହି କାର୍ଡ ରହିଥିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ବୀମା ପ୍ରଦାନ କରାଯିବ। ଏହା ସହିତ ରୂପେ କାର୍ଡରୁ ପଇସା ଦେଣନେଣ ସହିତ କିଣାବିକା ମଧ୍ୟ କରିହେବ ।

ଏହି ଆକାଉଣ୍ଟରୁ ମିଳୁଥିବା ଅନ୍ୟାନ୍ୟ ସୁବିଧା:
୧. ୬ ମାସ ମଧ୍ୟରେ ଓଭରଡ୍ରାଫ୍ଟ ସୁବିଧା
୨. ୨ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା
୩. ୩୦ ହଜାର ଟଙ୍କାର ଲାଇଫ କଭର ଯାହା ମୃତ୍ୟୁ ପରେ ପ୍ରଦାନ କରାଯିବ ।
୪. ଡିପୋଜିଟ ଉପରେ ସୁଧ
୫. ଫ୍ରି ମୋବାଇଲ ବ୍ୟାଙ୍କିଙ୍ଗ

୬. ଡେବିଟ୍ କାର୍ଡରୁ ପଇସା ଦେଣନେଣ ସହିତ କିଣାବିକା ମଧ୍ୟ କରିହେବ ।
୭. ବୀମା ଓ ପେନସନ ଉତ୍ପାଦ ମଧ୍ୟ କିଣି ପାରିବେ ।
୮. ସହଜରେ ଖୋଲି ହେବ ପିଏମ୍ କିଶାନ ଓ ଶ୍ରମଯୋଗୀ ମାନଧନ ଆକାଉଣ୍ଟ ।
୯. ସରକାରୀ ଯୋଜନାର ଅର୍ଥ ସିଧାସଳଖ ଖାତାକୁ ଆସିବ ।

କେମିତି ଖୋଲିବେ ଆକାଉଣ୍ଟ:
ଏହି ଆକାଉଣ୍ଟ ଖୋଲିବା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ । ନିକଟସ୍ଥ ବ୍ୟାଙ୍କ ଯାଇ ଫର୍ମ ପୂରଣ କରିବାକୁ ପଡିବ । ନିଜର ଆଧାର କାର୍ଡ ଦେବା ସହିତ ମୋବାଇଲ ନମ୍ବର ଦେଇ ଆପଣ ନିଜର ଆକାଉଣ୍ଟ ଖୋଲି ପାରିବେ ।

Get real time updates directly on you device, subscribe now.