fbpx

ଇଣ୍ଟରନେଟ୍ ହେଲା ମାଗଣା: ଏଣିକି ପ୍ରତିଦିନ ଲୋକଙ୍କୁ ମିଳିବ ୧.୫ ଜିବି ଡାଟା

ନୂଆଦିଲ୍ଲୀ: ସମସ୍ତ ବିଧାନସଭା ମଣ୍ଡଳୀରେ ମେ’ ମାସ ଶେଷ ସୁଦ୍ଧା ବିପିଏଲ ପରିବାରକୁ ମାଗଣା ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ଅଣ୍ଟା ଭିଡ଼ିଛନ୍ତି କେରଳ ସରକାର । ମାଗଣା ମାଗଣା ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଅଧିନରେ ୨୦ ଲକ୍ଷରୁ ଅଧିକ ପରିବାରକୁ ମାଗଣା ଇଣ୍ଟରନେଟ୍ ଦିଆଯିବ । ଏହି ପ୍ରକଳ୍ପକୁ ୨୦୧୭ ରେ ପିନାରାଇ ବିଜୟନ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା, ଯାହାର ନାଁ କେରଳ ଅପ୍ଟିକାଲ୍ ଫାଇବର ନେଟୱାର୍କ ଦିଆଯାଇଥିଲା ।

ରିପୋର୍ଟ ମୁତାବକ, କେରଳ ଷ୍ଟେଟ ଆଇଟି ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ଏହି ପ୍ରକଳ୍ପର ତଦାରଖ କରାଯାଉଛି । କେ-ଫୋନ ପ୍ରୋଜେକ୍ଟ ମୁଖ୍ୟ ସନ୍ତୋଷ ବାବୁ କହିଛନ୍ତି ଯେ, ପ୍ରାରମ୍ଭରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରୁ କେବଳ ୧୦୦ ପରିବାର ଉପରେ ଧ୍ୟାନ ଦିଆଯିବ । ମାଗଣା ଇଣ୍ଟରନେଟ୍ ପାଇଥିବା ପରିବାର ସଂଖ୍ୟା ସମୟ ସହିତ ବୃଦ୍ଧି ପାଇବ ।

ସନ୍ତୋଷ ବାବୁ ବିକାଶ ଉପରେ ଗୁରୁତ୍ୱାରୋପ କର କହିିଛନ୍ତି ଯେ, ସରକାର ପ୍ରାୟ ୩୦,୦୦୦ ରୁ ଅଧିକ ସରକାରୀ ଅନୁଷ୍ଠାନକୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇଦେବା ଲକ୍ଷ୍ୟରେ ପହଞ୍ଚି ସାରିଛନ୍ତି ।

ପ୍ରୋଜେକ୍ଟର ଯୋଜନା ଅନୁସାରେ, ସରକାର ପ୍ରତିଦିନ ୧୦ଏମବିପିଏସ ରୁ ୧୫ଏମବିପିଏସ ସ୍ପିଡରେ ଚୟନ ହୋଇଥିବା ପରିବାରଙ୍କୁ ୧.୫ ଜିବି ଡାଟା ମାଗଣାରେ ପ୍ରଦାନ କରିବେ । ୨୦୨୨ ମେ’ ମାସ ଶେଷ ସୁଦ୍ଧା ମାଗଣା ଇଣ୍ଟନେଟ୍ ସେବା ଯୋଗାଇବେ ରାଜ୍ୟ ସରକାର ।

Get real time updates directly on you device, subscribe now.