fbpx

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ବନ୍ଦୀ କରି ରଖାଯିବା ରାଜନୀତି ପାଇଁ ଠିକ୍ ନୁହେଁ: ପାଇଲଟ

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ତେଣୁ ୧୦ ତାରିଖରେ କେବଳ ୧୬ଟି ଆସନରେ ଭୋଟ ଗ୍ରହଣ କରାଯିବ । କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟସଭା ନିର୍ବାଚନକୁ ମଝିରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଅଧିକାଂଶ ରାଜ୍ୟରେ ବିଧାୟକମାନଙ୍କୁ ଏକପ୍ରକାର ବନ୍ଦୀ କରି ରଖାଯାଇଛି । କ୍ରସ ଭୋଟିଂ ଯୋଗୁଁ ନିର୍ବାଚନରେ ହାରିବା ଭୟରେ ଏପରି କରାଯାଉ ଥିବାରୁ ଏହାକୁ ନିନ୍ଦା କରିଛନ୍ତି ପାଇଲଟ । ସଂଖ୍ୟା ଆଉ ପ୍ରସଙ୍ଗ ଉପରେ ନିର୍ବାଚନ ହେବା ଉଚିତ୍ । ବିଗତ କିଛି ବର୍ଷ ଧରି ରାଜନୈତିକ ଦୃଶ୍ୟପଟ୍ଟ ଏପରି ବଦଳି ଯାଇଛି ଯେ ବିଧାୟକଙ୍କୁ ବାଡ଼ବନ୍ଦୀ କରିବା ଅନିବାର୍ୟ୍ୟ ହୋଇଗଲାଣି । ଏପରି ମାହୋଲର ଅନ୍ତ ଘଟିବା ଆବଶ୍ୟକ ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ୟ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.