fbpx

ପାରିବାରିକ କଳହର ପରିଣାମ: ସ୍ତ୍ରୀକୁ ମାରି ଘରେ ତାଲା ଲଗାଇ ଫେରାର ହେଲା ସ୍ୱାମୀ

ନୂଆଦିଲ୍ଲୀ: କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲାଣି ତ କେଉଁଠି ସ୍ତ୍ରୀ ସ୍ମାମୀକୁ ହତ୍ୟା କଲାଣି । ସେହିପରି କେଉଁଠି ମା’ ପୁଅକୁ ହତ୍ୟା କଲାଣି ତ କେଉଁଠି ପୁଅ ମା’କୁ ହତ୍ୟା କରୁଥିବା ଭଳି ଘଟଣା ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି । ତେବେ ସାମାନ୍ୟ ଘଟଣାକୁ ନେଇ ପାରବାରିକ କଳହ, ଆଉ ପରେ ଆତ୍ମୀୟମାନଙ୍କର ହତ୍ୟା କରୁଛନ୍ତି ଅପରାଧୀ । ତେବେ ଏଭଳି ଏକ ଘଟଣା ଗୁଜୁରାଟର ଜୁନାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଜୁନାଗଡ଼ ଅଞ୍ଚଳର ତୋରାନୟା ଗାଁର ରାମଦେ ନିଜ ସ୍ତ୍ରୀ ଲିଲିଙ୍କୁ ହତ୍ୟା କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ଜାଣିବାକୁ ମିଳିଛି । ତେବେ ଗତ ଜୁନ ୮ ତାରିଖରେ କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପାଟିତୁଣ୍ଡ ଏତେ ବଢିଯାଇଥିଲା ଯେ, ରାଗରେ ସ୍ୱାମୀ ଏକ ଧାରୁଆ ଅସ୍ତ୍ରରେ ଲିଲିଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ଏହା ପରେ ମୃତଦେହକୁ ପାଣିଟାଙ୍କିରେ ଫିଙ୍ଗି ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ସମସ୍ତଙ୍କ ଆଖିରେ ଧୂଳି ଦେବା ପାଇଁ ଘରେ ତାଲା ଲଗାଇ ଫେରାର ହୋଇଛି ଅଭିଯୁକ୍ତ ରାମଦେ ।

ତେବେ ପରେ ଅଭିଯୁକ୍ତ ରାମଦେର ପୁତୁରା ଜୟରାମଙ୍କର ସନ୍ଦେହ ହେବାରୁ ସେ ସ୍ଥାନୀୟ ସରପଞ୍ଚ ଓ ପୋଲିସକୁ ସୂଚନା ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବାରୁ ପାଣି ଟାଙ୍କିରୁ ଲିଲିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଥିସହିତ ତିନୋଟି ଧାରୁଆ ଅସ୍ତ୍ର ମଧ୍ୟ ପୋଲିସ ଜବତ କରିଛି । ତେବେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ଫେରାର ରାମଦେକୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Get real time updates directly on you device, subscribe now.