fbpx
BSKY SKY
BSKY SKY

ଫ୍ୟାନ୍ସଙ୍କ ପାଇଁ ଖୁସିଖବର! ଦୟାବେନଙ୍କ ଚରିତ୍ରରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ

BSKY

ମୁମ୍ବାଇ: ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ରେ ଦୟାବେନଙ୍କ ଭୂମିକା ନିଭାଇ ଥିବା ଦୀଶା ବକାଣୀଙ୍କ ଶୋକୁ ଫେରିବା ନେଇ ସବୁ ପ୍ରତୀକ୍ଷା ଶେଷ ହେବାକୁ ଆସୁଛି । କାରଣ ଦୟାବେନଙ୍କ ରିଟର୍ଣ୍ଣ ତ’ କରୁଛନ୍ତି କିନ୍ତୁ ଦିଶା ନୁହେଁ କେହି ନୂଆ ଅଭିନେତ୍ରୀ ଏହି ଚରିତ୍ରରେ ନଜର ଆସିବେ । ଅନେକ ସମୟରୁ ଦର୍ଶକ ଦୟାବେନଙ୍କ ରିଟର୍ଣ୍ଣ ନେଇ ଅନୁରୋଧ କରିଆସୁଥିଲେ । ଶୋ’ର ପ୍ରଡ୍ୟୁସର ଅସିତ କୁମାର ମୋଦୀ ଅଡିସନ ପରେ ଜଣେ ଅଭିନେତ୍ରୀଙ୍କୁ ଶର୍ଟଲିଷ୍ଟ କରାଯାଇଛି ।

ଗତ ୧୪ ବର୍ଷରୁ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିବା ଶୋ ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ର ସବୁ  ଚରିତ୍ର ଘରେ ଘରେ ପରିଚିତ । କିନ୍ତୁ ଦୟାବେନଙ୍କୁ ବହୁତ୍ ମିସ୍ କରୁଛନ୍ତି, ନିଜ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ହୃଦୟରେ ଘର କରିଥିବା ଦୟାବେନଙ୍କ ରିଟର୍ଣ୍ଣକୁ ନେଇ ଅନେକ ସମୟରୁ ଦାବି ହୋଇଆସୁଛି । ଦୟାବେନଙ୍କ ଚରିତ୍ର ନିଭାଇ ଥିବା ଦିଶା ବକାଣୀ ନିଜର ଖାସ୍ ଅଭିନୟ ଦର୍ଶକଙ୍କୁ ମନକୁ ଛୁଇଁଥିଲା । ତେବେ ଦର୍ଶକଙ୍କୁ ଅନୁରୋଧ ପରେ ଏବେ ଶୋର ପ୍ରଡ୍ୟୁସର ନୂଆ ଅଭିନ୍ରେତୀଙ୍କୁ ଶୋ’ରେ ଆଣିବାକୁ ଯାଉଛନ୍ତି ।

ଇ ଟାଇମ୍ସର ଏକ ରିପୋର୍ଟ ଅନୂଯାୟୀ ୯୦ ଦଶକରେ ପ୍ରସାରିତ ହୋଇଥିବା ଲୋକପ୍ରିୟ କାର୍ଯ୍ୟକ୍ରମ ‘ହମ୍ ପାଞ୍ଚ’ରେ ସ୍ୱିଟି ମାଥୁରଙ୍କ ଚରିତ୍ର ନିଭାଇଥିବା ରାଖୀ ବିଜାନ ଦୟାବେନଙ୍କ ଚରିତ୍ରରେ ନଜର ଆସିପାରନ୍ତି, ତାଙ୍କୁ ଦୟାବେନଙ୍କ ଚରିତ୍ର ପାଇଁ ଶର୍ଟଲିଷ୍ଟ କରାଯାଇଛି । ‘ରାଖୀ ଦେଖ ଭାଇ ଦେଖ’, ‘ବନେଗୀ ଅପନୀ ବାତ୍’ ଭଳି ଶୋ ବ୍ୟତୀତ ‘ବିଗ୍ ବସ୍’ର ଅଂଶ ମଧ୍ୟ ରହିଥିଲେ। କେବଳ ଏତିକି ନୁହେଁ ସେ ବଲିଉଡ ଫିଲ୍ମ ‘ଗୋଲମାଲ ରିଟର୍ଣ୍ଣସ’ରେ ମଧ୍ୟ କାମ କରିଛନ୍ତି।

ସୂଚନାଯୋଗ୍ୟ, ଗତ ପାଞ୍ଚ ବର୍ଷ ଧରି ଦିଶା ବକାଣୀ  ‘ତାରକ୍ ମେହେତା କା ଉଲ୍ଟା ଚଷ୍ମା’ ଶୋରୁ ଅନୁପସ୍ଥିତ ରହିଛନ୍ତି । ନିକଟରେ ପ୍ରଡ୍ୟୁସର ଅସିତ୍ ମୋଦୀ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଦୟାବେନଙ୍କ ରିଟର୍ଣ୍ଣ ଖୁବଶୀଘ୍ର ହେବ ।

Get real time updates directly on you device, subscribe now.