fbpx

ଅନୁଭବଙ୍କ ଘରେ ରହିବେ ବର୍ଷା: SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୁଣି ଆସିଛି ନୂଆ ଟ୍ୱିଷ୍ଟ । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କୁ ଲାଗିଛି ଜବରଦସ୍ତ ଝଟକା । ଏଣିକି ଅନୁଭବଙ୍କ ଘରେ ତାଙ୍କର ପତ୍ନୀ ବର୍ଷା ରହିପାରିବେ । କଟକ ଜିଲ୍ଲା ଜଜ୍ ଏଭଳି ଏକ ରାୟ ଶୁଣାଣି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ମାସ ୪ ତାରିଖରେ କରାଯିବ ।

ଷ୍ଟାର ଦମ୍ପତିଙ୍କ ମାମଲାରେ ପୂର୍ବରୁ ଉପ ବିଭାଗୀୟ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସଡିଜେଏମ) ନିଜର ରାୟ ଶୁଣାଣି କରିଥିଲେ । ବର୍ଷା ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ଭଡ଼ାଘରେ ରହିବେ । ବର୍ଷାଙ୍କ ଖର୍ଚ୍ଚ ପାଇଁ ଅନୁଭବ ତାଙ୍କୁ ପ୍ରତ୍ୟେକ ମାସରେ ୩୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଏସଡିଜେଏମ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମୁତାବକ ଅନୁଭବ ଗତ ୩ ତାରିଖରେ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ଏସଡିଜେଏମଙ୍କ ଉକ୍ତ ରାୟ ଉପରେ ଏବେ ଅନ୍ତରୀଣ ରୋକ ଲଗାଇଛନ୍ତି କଟକ ଜିଲ୍ଲା ଜଜ୍ ।

ଗତକାଲି ବର୍ଷା ଅନୁଭବଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁଭବ ଉଲ୍ଲଂଘନ କରୁଥିବା ନେଇ ବର୍ଷାଙ୍କ ପକ୍ଷରୁ ଦର୍ଶାଯାଇଥିଲା । ପୂର୍ବରୁ ହାଇକୋର୍ଟ ଉଭୟଙ୍କୁ ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ ନ କରିବାକୁ ବାରଣ କରିଥିଲେ । ଅନୁଭବଙ୍କ ବାପା-ମାଆଙ୍କ ଅସୁସ୍ଥତା କାରଣରୁ ବର୍ଷାଙ୍କୁ ଘର ଛାଡ଼ିବାକୁ ଅଭିନେତା ପୂର୍ବରୁ ଆବେଦନ କରିଥିଲେ ।

Get real time updates directly on you device, subscribe now.