fbpx

ପୋଲିସ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ, ଭାଇରାଲ ହେଲା ଭିଡିଓ…

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥାଏ । ଅନେକ ସମୟରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥାନ୍ତି ବିରୋଧୀ ରାଜନୀତିକ ଦଳ । ଏହି ସମୟରେ ହିଂସା ମଧ୍ୟ ଦେଖିବାକୁ ମିଳେ । ବର୍ତ୍ତମାନ ଜଣେ କଂଗ୍ରେସ ନେତ୍ରୀ ବିକ୍ଷୋଭ ସମୟରେ ଏପରି କିଛି କାମ କରିଛନ୍ତି ଯାହାକୁ ନେଇ କଂଗ୍ରେସକୁ ଲଜ୍ଜିତ ହେବାକୁ ପଡ଼ିଛି ।

କଂଗ୍ରେସର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଟା ଡିସୁଜା ଏକ ଏଭଳି ଲଜ୍ଜାଜନକ କାମ କରିଛନ୍ତି । ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ସମୟରେ ନେଟା ଜଣେ ପୋଲିସକର୍ମୀଙ୍କ ଉପରକୁ ଛେପ ପକାଉଛନ୍ତି । ତାଙ୍କର ଏହି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ଯେ ନେଟା ଡିସୁଜାକୁ ପୋଲିସ ହେପାଜତକୁ ନେବା ପରେ ଯେତେବେଳେ ଦିଲ୍ଲୀ ପୋଲିସ ଯବାନ ତାଙ୍କୁ ବସ୍ ରେ ବସାଇବାକୁ ପ୍ରୟାସ କରୁଛନ୍ତି ସେତେବେଳେ ନେଟା ଦିଲ୍ଲୀ ପୋଲିସର ମହିଳାକର୍ମୀଙ୍କ ଉପରକୁ ଛେପ ପକାଉଛନ୍ତି । ନେଟାଙ୍କ ଏଭଳି ହରକତ ପୁଣି ଥରେ କଂଗ୍ରେସକୁ ଲଜ୍ଜିତ କରିଛି ।

ସୂଚନାଯୋଗ୍ୟ, କଂଗ୍ରେସ ପାର୍ଟୀ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ଏବଂ ଅଗ୍ନପଥ ଯୋଜନାକୁ ବିରୋଧ କରି ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରୁଛି । ଏହାରି ମଧ୍ୟରେ ଅନେକ ନେତାକୁ ଦିଲ୍ଲୀ ପୋଲିସ ନିଜ ହେପାଜତକୁ ନେଇଛି । ଏହା ପୂର୍ବରୁ ମଧ୍ୟ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ କର୍ମୀଙ୍କ କଲର ଟାଣି କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ଭିଡିଓ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.