fbpx

ଲଞ୍ଚ ହେଲା ନୂଆ ପ୍ଲାନ୍: ମାତ୍ର ୧୯ ଟଙ୍କାରେ ମାସ ସାରା ଆକ୍ଟିଭ୍ ରହିବ ଆପଣଙ୍କ ସିମ୍

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଡୁଆଲ୍ ସିମ୍ କାର୍ଡ ବ୍ୟବହାର କରୁଛନ୍ତି । ତେବେ ଗ୍ରାହକମାନେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଉଥିବା ବେଳେ ଅନ୍ୟ ସିମକୁ ପ୍ରାୟ ସମୟରେ ବ୍ୟବହାର କରିନଥାନ୍ତି । ତେଣୁ ଅନେକ ସମୟରେ ସେମାନଙ୍କର ଉକ୍ତ ସିମ ଡିଆକ୍ଟିଭେଟ୍ ହୋଇଯାଇଥାଏ । ତେବେ ନିକଟରେ ଏକ ନୂଆ ପ୍ଲାନ୍ ଲଞ୍ଚ କରାଯାଇଛି । ମାତ୍ର ୧୯ ଟଙ୍କାରେ ଆପଣଙ୍କ ସିମ ମାସ ସାରା ଆକ୍ଟିଭେଟ୍ ରହିବ ।

ନିକଟରେ ବିଏସଏନଏଲ ଏପରି ଏଭଳି ଏକ ଶସ୍ତା ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ଭାଲିଡିଟି ୩୦ ଦିନ ପର୍ଯ୍ୟନ୍ତ ରହିଛି । ଅନ୍ୟପକ୍ଷରେ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନର ସିମ ଆକ୍ଟିଭ ରହିବା ପାଇଁ ୫୦ରୁ ୧୨୦ ପର୍ଯ୍ୟନ୍ତ ଟଙ୍କାର ରିଚାର୍ଜ କରିବାକୁ ପଡ଼ିଥାଏ । ତେବେ ଏହି ପ୍ଲାନ ୪ଜି ନେଟୱାର୍କ ସଂଯୋଗ ସହିତ ଆସୁଛି ।

ତେବେ ଜଣାପଡ଼ିଛି ଯେ, ଆସନ୍ତା ଅଗଷ୍ଟ ୧୫ରେ ବିଏସଏନଏଲ ୪ଜି ନେଟୱାର୍କ ଲଞ୍ଚ କରିବ । ଯଦି ଆପଣ ନମ୍ବରକୁ କେବଳ ଆକ୍ଟିଭ୍ ରଖିବାକୁ ଚାହାନ୍ତି, ତେବେ ୧୯ ଟଙ୍କିଆ ପ୍ଲାନ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ହେବ । ତେବେ ଏହି ପ୍ଲାନରେ ୟୁଜର୍ସ କୌଣସି ଡାଟା ପ୍ଲାନ ବା ବାଲାନ୍ସ ପାଇବେ ନାହିଁ । ଏଥିରେ ଆପଣଙ୍କୁ ସମସ୍ତ ସେବା ଓ ଇନକମିଂ କଲ ସୁବିଧା ରହିବ । ଯଦି ଆପଣମାନେ ଏକ ବର୍ଷ ପାଇଁ ଏହି ପ୍ଲାନ ନେବାକୁ ଚାହିଁବେ ତେବେ ୨୨୮ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ ।

Get real time updates directly on you device, subscribe now.