fbpx

ଲଭ୍, ସେକ୍ସ ଓ ଧୋକା ! ଜେଣ୍ଡର ଲୁଚାଇ ନାବାଳିକା ସହ ଦୁଷ୍କର୍ମ କଲା ଜଣେ ଯୁବତୀ

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁରରୁ ଲଭ୍, ସେକ୍ସ ଓ ଧୋକାର ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ରେପ୍ କରିଥିବା ଜଣାପଡିଛି । ଅଭିଯୁକ୍ତ ଯୁବତୀ ଜଣେ ନାବାଳିକାକୁ ଫିଲ୍ମରେ କାମ ଦେବା ବାହାନାରେ ନିଜ ସାଥୀରେ ଗ୍ୱାଲିଅର ନେଇଆସିଥିଲା ଓ ସେଠାରେ ୧୦ ଦିନ ପର୍ଯ୍ୟନ୍ତ ବନ୍ଧକ ରଖି ରେପ୍ କରିଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରି ଛାନଭିନ୍ ଆରମ୍ଭ କରିଛି ।

ତେବେ ଗୋରଖପୁରରେ ରହୁଥିବା ପୀଡିତା ୧୦ ପାସ୍ କରିଥିବା ବେଳେ ଅଭିଯୁକ୍ତ ଗ୍ୱାଲିଅରର ବାସିନ୍ଦା । ପୀଡିତାଙ୍କ କହିବା ମୁତାବକ, ୨ ମାସ ପୂର୍ବରୁ ଫେସବୁକ୍ ଜରିଆରେ ଜଣେ ଝିଅ ସହ ତାଙ୍କର ବନ୍ଧୁତା ହୋଇଥିଲା । ଦୁହେଁ ଫେସବୁକରେ କଥାବାର୍ତ୍ତା ହେବାକୁ ଲାଗିଲେ । ଫେସବୁକ୍ ବନ୍ଧୁ ତାଙ୍କୁ ଧନୀ ହେବାର ସ୍ୱପ୍ନ ଦେଖାଇଲା ଓ ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇଲା, ଫଳରେ ପୀଡିତା ତା କଥାରେ ଫସିଯାଇଥିଲେ ।

ପୀଡିତା ଗ୍ୱାଲିଅରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ କି, ଫେସବୁକ୍ ଫ୍ରେଣ୍ଡ ଯୁବତୀ ଏକ ବଡ଼ ଗ୍ୟାଙ୍ଗ ଚଳାଉଛି ଓ ନାବାଳିକା ଝିଅମାନଙ୍କୁ ଫସାଇ ସେମାନଙ୍କ ସହ ଦୁଷ୍କର୍ମ କରୁଛି । ଟଙ୍କା କମାଇବାକୁ ଅନେକ ପ୍ରକାରର ବେଆଇନ କାମ ମଧ୍ୟ କରୁଛି । ଅଭିଯୁକ୍ତ ଯୁବତୀ ତାଙ୍କୁ କୌଣସି ବନ୍ଧୁ ପାଖକୁ ପଠାଇଥିଲା । ସେହି ସମୟରେ କୌଣସି ଉପାୟରେ ପୀଡିତା ନିଜ ମାଉସୀଙ୍କୁ ଫୋନ କରିବାରେ ସଫଳ ହୋଇଥିଲେ ଓଚ ନିଜ ସହ ହୋଇଥିବା ଧୋକା ବିଷୟରେ କହିଥିଲେ ।

ନାବାଳିକାଙ୍କ ମାଉସୀ ଅଭିଯୋଗ କରିବା ପରେ ପୋଲିସ ୨ଟି ମୋବାଇଲ ନମ୍ବରର ଲୋକେସନ ଟ୍ରାକ୍ କରିଥିଲା ଓ ଗ୍ୱାଲିଅରରେ ପହଞ୍ଚିଥିଲା । ସେଠାରେ ପୋଲିସ ଅଭିଯୁକ୍ତ ପ୍ରିୟଙ୍କାକୁ ଧରିପାରେ ସଫଳ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମହିଳା ନିଜ ଜେଣ୍ଡର ବଦଳାଇ ଝିଅମାନଙ୍କୁ ନିଜ ଜାଲରେ ଫସାଏ । ତାଙ୍କ ସହ ସମ୍ବନ୍ଧ ରଖେ ଓ ଭିଡିଓ ବନେଇ ତାକୁ ବିକ୍ରି କରିଦିଏ । ପରେ ସେମାନଙ୍କୁ ବ୍ଲାକମେଲ କରି ଟଙ୍କା ମାଗେ ।

Get real time updates directly on you device, subscribe now.