fbpx
BSKY SKY
BSKY SKY

ମହାକାଶରୁ ଦେଖିବାକୁ ମିଳିଲା ସୂର୍ଯ୍ୟପରାଗର ବିରଳ ଦୃଶ୍ୟ, ୩ ମାସ ପରେ ପୃଥିବୀରେ ହେବ ଦୃଶ୍ୟମାନ

BSKY

ନୂଆଦିଲ୍ଲୀ: ମହାକାଶରୁ ଦେଖିବାକୁ ମିଳିଲା ସୂର୍ଯ୍ୟପରାଗର ବିରଳ ଦୃଶ୍ୟ। ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ନାସା) ନିକଟରେ କିଛି ଏମିତି ଉପକରଣ ରହିଛି ଯାହା ଜରିଆରେ ସୂର୍ଯ୍ୟକୁ ସିଧାସଳଖ ଦେଖାଯାଇ ପାରିବ। ମହାକାଶରେ ଏମିତି ହିଁ ଏକ ଖାସ୍ ଉପକରଣ ଆଂଶିକ ସୂର୍ଯ୍ୟପରାଗର ଫଟୋ ଉତ୍ତୋଳନ କରିଛି। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟର ନିକଟ ଦେଇ ଗତି କରୁଥିଲା।

ନାସାର ସୋଲାର ଡାୟନାମିକ୍ସ ଅବଜରଭେଟାରୀ ୨୪ ଘଣ୍ଟା ସୂର୍ଯ୍ୟ ଉପରେ ନଜର ରଖିଥାଏ। ଜୁନ ୨୯ରେ ଅବଜରଭେଟାରୀ ଏବଂ ସୂର୍ଯ୍ୟ ମଝିରେ ଚନ୍ଦ୍ର ଗତିକରିଥିଲା। ଏହି ସମୟରେ ଉପକରଣ ଏହି ବିରଳ ଦୃଶ୍ୟର ଫଟୋ ଉତ୍ତୋଳନ କରିଥିଲା।

ପରାଗ ଚରମରେ ଥିଲା ଏବଂ ଚନ୍ଦ୍ର ସୂର୍ଯ୍ୟର ୬୭ ପ୍ରତିଶତ ଅଂଶକୁ ମାଡି ସାରିଥିଲା। ସୋଲାର ଡାୟନାମିକ୍ସ ଅବଜରଭେଟାରୀ ଅନ୍ତରୀକ୍ଷ ନିଜର ଖାସ୍ ଭିଣ୍ଟେଜ ପଏଣ୍ଟରୁ ସୂର‌୍ୟ୍ୟପରାଗର ଫଟୋ ନେଇଥିଲା। ଏହି ପରାଗ ପୃଥିବୀରୁ ଦୃଶ୍ୟମାନ ହୋଇନଥିଲା। ଏହି ସୂର୍ଯ୍ୟପରାଗ ଅକ୍ଟୋବର ୨୫ରେ ପୃଥିବୀରେ ଦେଖିବାକୁ ମିଳିବ। ବିଶେଷ କରି ଅଧିକାଂଶ ୟୁରୋପ, ଉତ୍ତର ଆଫ୍ରିକା, ମଧ୍ୟ ପୂର୍ବ ଏସିଆର ପଶ୍ଚିମ ଭାଗରେ ଏହା ଦୃଶ୍ୟମାନ ହେବ।

ସୋଲାର ଡାୟନାମିକ୍ସ ଅବଜରଭେଟାରୀ ଏହି ଅଧ୍ୟୟନ କରୁଛି ଯେ, ସୌର ଗତିବିଧି ଅନ୍ତରୀକ୍ଷର ପାଣିପାଗ କେମିତି ସଞ୍ଚାଳନ କରିଥାଏ। କୋରୋନଲ ମାସ ଇଜେକ୍ସନ ପୃଥିବୀରେ ସୌର ଝଡ କେମିତି ସୃଷ୍ଟି କରିଥାଏ। ସୂର‌୍ୟ୍ୟପରାଗର ଏହି ବିରଳ ଦୃଶ୍ୟକୁ ନାସା ନିଜର ୟୁଟ୍ୟୁବରେ ପୋଷ୍ଟ କରିଛି।

 

Get real time updates directly on you device, subscribe now.