fbpx

ପତ୍ନୀଙ୍କ ମଙ୍ଗଳସୂତ୍ର ହଟାଇବା କାମ ସ୍ୱାମୀଙ୍କ ପାଇଁ ମାନସିକ ନିର୍ଯାତନା: ହାଇକୋର୍ଟ

ନୂଆଦିଲ୍ଲୀ: ଅଲଗା ରହୁଥିବା ପତ୍ନୀ ଯଦି ମଙ୍ଗଳସୂତ୍ର କାଢ଼ିଦିଏ, ତେବେ ତାହା ସ୍ୱାମୀଙ୍କ ପାଇଁ ମାନସିକ ନିର୍ଯାତନା ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି । ଏହି ଟିପ୍ପଣୀ ଦେଇ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ଅନୁମତି ଦେଇଛନ୍ତି କୋର୍ଟ । ଜଷ୍ଟିସ୍ ଭିଏମ୍ ବେଲୁମାଣି ଏବଂ ଏସ୍ ସାଧରଙ୍କ ଏକ ବେଞ୍ଚ ଇରୋଡ ମେଡିକାଲ୍ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ସି ଶିବକୁମାରଙ୍କ ଆବେଦନକୁ ଅନୁମତି ଦେଇଥିବା ବେଳେ ଏହି ଟିପ୍ପଣୀ ରଖିଛନ୍ତି ।

ଘଟଣା କ’ଣ?

ଶିବକମାର ହାଇକୋର୍ଟରେ ସ୍ଥାନୀୟକ ଫ୍ୟାମିଲି କୋର୍ଟଙ୍କ ୨୦୧୬ ଆଦେଶକୁ ରଦ୍ଧ କରିବାକୁ ଦାବି କରିଥିଲେ, ଯେଉଁଥିରେ ଛାଡପତ୍ର ଦେବାକୁ ମନା କରାଯାଇଥିଲା । ଯାଞ୍ଚ ପରେ ମହିଳା ସ୍ୱୀକାର କରିଥିଲେ କି, ସେ ଅଲଗା ହେବା ସମୟରେ ମଙ୍ଗଳସୂତ୍ର ହଟାଇଦେଇଥିଲେ ।

ଛାଡପତ୍ର ଦେବାକୁ ମନା କରିଦେଇଥିବା ସ୍ଥାନୀୟ ପରିବାର କୋର୍ଟର ୨୦୧୬ ଆଦେଶକୁ ଅଲଗା କରିବା ପାଇଁ ଶିବକୁମାର ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ । ଅନ୍ୟପଟେ ହିନ୍ଦୁ ବିବାହ ଆଇନ ଅନୁସାରେ ମଙ୍ଗଳପୂତ୍ର ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ମହିଳାଙ୍କ ଓକିଲ ଯୁକ୍ତି କରିଥିଲେ ।

ମହିଳାଙ୍କ ଓକିଲାଙ୍କ ଏପରି ଯୁକ୍ତି ଶୁଣି କୋର୍ଟ କହିଛନ୍ତି ଯେ, ଏହା ଏକ ସାଧାରଣ ଜ୍ଞାନ କି ମଙ୍ଗଳସୂତ୍ର ବାନ୍ଧିବା ହେଉଛି ବିବାହ ଉତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଥା । ଡିଭିଜନ୍ ବେଞ୍ଚର ଆଦେଶ ପଢ଼ିବା ବେଳେ କୋର୍ଟ କହିଛନ୍ତି ଯେ, ମହିଳା ଜଣକ ସ୍ୱୀକାର କରିଛନ୍ତି କି ସେ ମଙ୍ଗଳସୂତ୍ରକୁ ହଟାଇ ବ୍ୟାଙ୍କ ଲକରରେ ରଖିଥିଲେ । କିନ୍ତୁ ଜଣେ ବିବାହିତା ମହିଳାକ ସ୍ୱାମୀ ଜୀବିତ ଥିବା ବେଳେ କେବେ ବି ମଙ୍ଗଳସୂତ୍ରକୁ ବାହାର କରିବାକୁ ଉଚିତ୍ ନୁହେଁ ସମସ୍ତେ ଜାଣନ୍ତି ।

ହାଇକୋର୍ଟଙ୍କ କହିବା ମୁତାବକ, ‘ମଙ୍ଗଳସୂତ୍ର ଏକ ପବିତ୍ର ଜିନିଷ, ଯାହା ଦାମ୍ପତ୍ୟ ଜୀବନର ନିରନ୍ତରତାକୁ ଦର୍ଶାଏ ଏବଂ ଏହା କେବଳ ସ୍ୱାମୀଙ୍କ ମୃତ୍ୟୁ ପରେ ହିଁ ହଟାଯାଇପାରିବ । ତେଣୁ ଆବେଦନକାରୀଙ୍କ ପତ୍ନୀଙ୍କ ଦ୍ୱାରା ମଙ୍ଗଳସୂତ୍ର ହଟାଇବାକୁ ମାନସିକ ନିର୍ଯାତନାର କାମ ବୋଲି କୁହାଯାଇପାରିବ । ଏହି କାର୍ଯ୍ୟ ସ୍ୱାମୀଙ୍କୁ ଯନ୍ତ୍ରଣା ଓ ଆଘାତ ଦେଇଛି ।

Get real time updates directly on you device, subscribe now.