fbpx

୨୦୨୩ରେ ହେବ ଏସିଆନ ଗେମ୍ସର ଆୟୋଜନ: ନୂଆ ତାରିଖ ଘୋଷଣା କଲା ଏସିଆନ ଅଲିମ୍ପିକ କାଉନ୍ସିଲ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସ୍ଥଗିତ ରହିଥିବା ଏସିଆନ ଗେମ୍ସକୁ ନେଇ ଆସିଛି ଏକ ନୂଆ ଅପଡେଟ । ଏହି ଏସିଆନ ଗେମ୍ସ ଆସନ୍ତା ବର୍ଷ ଅର୍ଥାତ ୨୦୨୩ ମସିହାରେ ଆୟୋଜନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏସିଆ ଅଲିମ୍ପିକ କାଉନ୍ସିଲ ତରଫରୁ ଏ ନେଇ ନୂଆ ତାରିଖର ଘୋଷଣା କରାଯାଇଛି । ଆସନ୍ତାବର୍ଷ ସେପ୍ଟେମ୍ବର ୨୩ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଏସିଆନ ଗେମ୍ ଅନୁଷ୍ଠିତ ହେବ ।

ଏସିଆନ ଗେମ୍ ର ୧୯ତମ ସିଜନ ଆୟୋଜନ କରିବା ପାଇଁ ବାଧକ ସାଜିଥିଲା ମହାମାରୀ କରୋନା । ୨୦୨୦ ସେପ୍ଟେମ୍ବର ୧୦ ତାରିଖରୁ ୨୫ ତାରିଖ ମଧ୍ୟରେ ଏହା ଆୟୋଜିତ ହେବାର ସୂଚୀ ରହିଥିଲା । କିନ୍ତୁ ଚୀନରେ କରୋନା ମହାମାରୀ ଏବଂ ସଂକ୍ରମଣ ବୃଦ୍ଧି ପାଇବାରୁ ସ୍ଥଗିତ ରହିଥିଲା ଏସିଆନ ଗେମ୍ସ । ଗତ ୨ ମାସରେ ଚାଇନା ଅଲିମ୍ପିକ କମିଟି(ସିଓସି), ହାଙ୍ଗଜୋ ଏସିଆନ ଗେମ୍ସ ଆୟୋଜକ କମିଟି(ଏଚଏଜିଓସି) ସମେତ ଅନ୍ୟ ହିତାଧିକାରୀଙ୍କ ସହିତ ଖେଳ ଆୟୋଜନ ପାଇଁ ଉପଯୁକ୍ତ ସମୟ ନିର୍ଣ୍ଣୟ କରିବା ନେଇ ବ୍ୟାପକ ଆଲୋଚନା କରିଛି ।

ଟାସ୍କଫୋର୍ସ ସୁପାରିଶ କରିଥିବା ତାରିଖଗୁଡିକୁ ଓସିଏ ଇବି ଦ୍ୱାରା ଅନୁମୋଦନ ମିଳିଛି । ଏଚଏଜିଓସି ସହିତ ମିଶି ଖେଳର ସଫଳତା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରିବ ବୋଲି କହିଛି ଚାଇନା ଅଲିମ୍ପିକ କମିଟି (ସିଓସି) ।

Get real time updates directly on you device, subscribe now.