fbpx

‘ବଙ୍ଗ ବିଭୂଷଣ’ ସମ୍ମାନ ନେବାକୁ ମନା କଲେ ନୋବେଲ ବିଜେତା ଅର୍ମତ୍ୟ ସେନ, ଝିଅ କହିଲେ- ଆଉ କାହାକୁ ଦିଅ

ନୂଆଦିଲ୍ଲୀ: ନୋବେଲ୍ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅର୍ମତ୍ୟ ସେନ ‘ବଙ୍ଗ ବିଭୂଷଣ’ ସମ୍ମାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହି ବିଶେଷ ସମ୍ମାନ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥାଏ। ଜୁଲାଇ ପ୍ରଥମ ସପ୍ତାହରୁ ଅର୍ମତ୍ୟ ସେନ ଜଣାଇ ଦେଇଥିଲେ ଯେ, ପୁରସ୍କାର ବିତରଣ ସମାରୋହ ସମୟରେ ସେ ଭାରତରେ ପହଞ୍ଚିନଥିବେ।

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ସୋମବାର କୋଲକାତାରେ ପ୍ରଦାନ କରାଯିବାର ଥିଲା। ସେନଙ୍କ ଝିଅ କହିଛନ୍ତି, ବର୍ତ୍ତମାନ ସେମାନେ ୟୁରୋପରେ ଅଛନ୍ତି। ବାପାଙ୍କୁ ଅନେକ ପୁରସ୍କାର ମିଳି ସାରିଛି ଏବଂ ସେ ଚାହାନ୍ତି ବଙ୍ଗ ବିଭୂଷଣ ସମ୍ମାନ ଆଉ କାହାକୁ ଦିଆଯାଉ।

ଏହା ପୂର୍ବରୁ ବାମ ଦଳ ନୋବେଲ୍ ପୁରସ୍କାର ବିଜେତା ଅର୍ମତ୍ୟ ସେନ ଏବଂ ଅଭିଜିତ ବିନାୟକ ସହିତ ଅନ୍ୟ ବୁଦ୍ଧିଜୀବୀଙ୍କୁ ଏହି ପୁରସ୍କାର ଗ୍ରହଣ ନକରିବାକୁ ଅପିଲ୍ କରିଥିଲେ। ବିରୋଧୀ ଦଳଙ୍କ କହିବା କଥା ଟିଏମସି ସରକାର ଶିକ୍ଷକ ଦୁର୍ନୀତିରେ ବୁଡି ରହିଛି। ଏହା ଏକ ଭ୍ରଷ୍ଟ ସରକାର।

ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବଙ୍ଗ ବିଭୂଷଣ ପୁରସ୍କାର ପାଇଁ ଅର୍ମତ୍ୟ ସେନଙ୍କୁ ନାମିତ କରାଯାଇଥିଲା। ଶନିବାର ତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା। ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଏହି ପୁରସ୍କାର ଦିଆଯାଏ।

କୋଲକାତାର ତିନି ପ୍ରମୁଖ ଫୁଟବଲ୍ କ୍ଲବ ଇଷ୍ଟ ବଙ୍ଗାଲ, ମୋହନ ବାଗାନ ଏବଂ ମୋହମ୍ମଡମର ପ୍ରମୁଖଙ୍କୁ ବଙ୍ଗ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଏଥିସହ ଅଭିଜିତ ବିନାୟକଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ଵାସ୍ଥ୍ୟ ସେବା କ୍ଷେତ୍ରର ଏସଏସକେଏମ ହସ୍ପିଟାଲକୁ ମଧ୍ୟ ଏହି ପୁରସ୍କାର ଦିଆଯିବ।

 

Get real time updates directly on you device, subscribe now.