fbpx

ଏହି ଫୁଲକୁ ‘ରାକ୍ଷୀ ଫୁଲ’ ବୋଲି କୁହାଯାଏ: ମହାଭାରତ ଯୁଗ ସହିତ ରହିଛି ଖାସ ସଂଯୋଗ..

ହିନ୍ଦୁ ଧର୍ମ ଅନୁଯାୟୀ କମଳ ଫୁଲର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କମଳ ଫୁଲର ଅନେକ ପ୍ରକାର ରହିଛି । ଯେପରିକି ବ୍ରହ୍ମ କମଳ, ଧଳା କମଳ, ନୀଳ କମଳ, କୃଷ୍ଣ କମଳ ଇତ୍ୟାଦି । ତେବେ ଏହି କୃଷ୍ଣ କମଳର ଆକାର ଟକିଏ ଅଦ୍ଭୁତ, ଏହା ଏକ ରାକ୍ଷୀ ଭଳି ହୋଇଥାଏ । ଏହାର ଆକାର ଭିନ୍ନ ହୋଇଥିବାରୁ ଏହାକୁ “ଝୁମକା ଲତା’ କୁହାଯାଏ । ଅନ୍ୟ ଭାଷାରେ ଏହାକୁ “ଯୁଗନୁ ଫୁଲ” ବି କୁହାଯାଏ । ଏହି ଫୁଲକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

କୃଷ୍ଣ କମଳର ବୈଜ୍ଞାନିକ ନାଁ ହେଉଛି ପ୍ୟାସିଫ୍ଲୋରା । ଏହା ସାଉଥ ଇଷ୍ଟ ଆମେରିକା କିମ୍ବା ସାଉଥ ଆମେରିକାରେ ମିଳିଥାଏ । ଭୂମି ଉପରେ ଥିବା ଏହାର ସମସ୍ତ ଅଂଶରୁ ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହା ବ୍ୟତୀତ ଲତା ଗୁଡିକରେ ଫୁଲ ସହିତ ଫଳ ମଧ୍ୟ ଫଳିଥାଏ । ଏହି ଫୁଲ ବାଇଗଣୀ, ଲାଲ, ଧଳା ଇତ୍ୟାଦି ବିଭିନ୍ନ ପ୍ରକାର ରଙ୍ଗ ରହିଛି । ୫୦୦ରୁ ଅଧିକ ପ୍ରଜାତିରେ ଏହି ଫୁଲ ଦେଖିବାକୁ ମିଳିଥାଏ । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଲୋକମାନେ ଏହାକୁ ନିଜ ଘରେ ଲଗାଇବାକୁ ବେଶୀ ପସନ୍ଦ କରନ୍ତି ।

ଏହାର ବାହ୍ୟ ପଙ୍ଖୁଡି ଗୁଡିକ ପ୍ରାୟତଃ ବାଇଗଣୀ, ଲାଲ କିମ୍ବା ଧଳା ରଙ୍ଗର ହୋଇଥାଏ । ଏହି ଫୁଲରେ ପାଖାପାଖି ୧୦୦ ପଙ୍ଖୁଡି ରହିଥାଏ । ଏହାର ଉପରି ଭାଗରେ ୫ଟି କଢ଼ ବାହାରିଥାଏ । କିଛି ଲୋକ ଏହାକୁ କୌରବ ଓ ପାଣ୍ଡବ ବଂଶ ସହିତ ମଧ୍ୟ ଯୋଡି ଦେଖିଥାନ୍ତି । ଏହି ୫ଟି କଢି ଉପରେ ତିନୋଟି ଆହୁରି କଢି ରହିଥାଏ । ଯାହାକୁ ବ୍ରହ୍ମା- ବିଷ୍ଣୁ- ମହେଶଙ୍କ ପ୍ରତୀକ ଭାବେ ଧରାଯାଏ । ତେବେ କେନ୍ଦ୍ରରେ ବିରାଜିତଙ୍କୁ ଭଗବାନ କୃଷ୍ଣଙ୍କ ପ୍ରତୀକ ଭାବେ ଧରାଯାଏ । ତେଣୁ କରି ଏହାକୁ “କୃଷ୍ଣ କମଳ’ ବୋଲି କୁହାଯାଏ । ଏହି ଫୁଲକୁ ଘରେ ଲଗାଇବା ଦ୍ୱାରା ଘରେ ଶାନ୍ତି, ସୁଖ, ସମୃଦ୍ଧି ବୃଦ୍ଧି ହେବା ସହ ଉନ୍ନତି ଆସିଥାଏ । ଏହି “କୃଷ୍ଣ କମଳ”ର ଅନେକ ଔଷଧୀୟ ଗୁଣ ରହିଛି । ଯାହା ବିଭିନ୍ନ ରୋଗ ଇତ୍ୟାଦିରୁ ମୁକ୍ତି ଦେଇଥାଏ ।

Get real time updates directly on you device, subscribe now.