fbpx

ରାଜଧାନୀରୁ ଓମିକ୍ରନର ନୂଆ ଭାରିଏଣ୍ଟ ଚିହ୍ନଟ, ବଢ଼ିଲା ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ରାଜଧାନୀରେ କରୋନା ଓମିକ୍ରନର ଏକ ନୂଆ ପ୍ରଜାତି ଆସିଛି । ଡକ୍ଟର ସୁରେଶ କୁମାର ଏହି ସୂଚନା ଦେଇଛନ୍ତି । ଓମିକ୍ରନ୍‌ର ଏହା ଉପ- ପ୍ରଜାତି । ଏହି ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣ କ୍ଷମତା ବହୁତ ଅଧିକ ବୋଲି ଡାକ୍ଟର ସୁରେଶ କୁମାର କହିଛନ୍ତି । ଜେନୋମ କ୍ରମ ପାଇଁ ପଠାଯାଇଥିବା ୯୦ ନମୁନା ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ନୂତନ ପ୍ରଜାତି ଓମିକ୍ରନ ଭୂତାଣୁର ଦ୍ରୁତ ଗତିରେ ବ୍ୟାପିବାର ସାମର୍ଥ୍ୟ ଅଛି ।

Get real time updates directly on you device, subscribe now.