fbpx

ଭଗବାନଙ୍କୁ କିଏ ସୃଷ୍ଟି କରିଛି, ସେ ଏବେ କେଉଁଠି, ତାଙ୍କୁ କିଏ ଓ କେଉଁଠାରେ ସୃଷ୍ଟି କରିଥିଲା: ଜାଣନ୍ତୁ ବ୍ରହ୍ମାଣ୍ଡର ଛଅଟି ଶାଶ୍ୱତ ତତ୍ତ୍ୱ ବିଷୟରେ

ମଣିଷ ଜନ୍ମ ହେବା ପରଠାରୁ କେବଳ ଗୋଟିଏ କଥା ମନକୁ ଆସୁଛି- ଭଗବାନ ଆମକୁ ଜନ୍ମ ଦେଇଛନ୍ତ । ଆମେ ସମସ୍ତେ ହେଉଛି ଈଶ୍ୱରଙ୍କ ସନ୍ତାନ । ଈଶ୍ୱର ଏହି ବିଶ୍ୱ ବ୍ରହ୍ମାଣ୍ଡଙ୍କୁ ସୃଷ୍ଟି କରିଛନ୍ତି । ତେବେ କେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଛି କି, ‘ଭଗବାନଙ୍କୁ କିଏ ବନାଇଛି ।’ ଏହି ପ୍ରଶ୍ନର ଉତ୍ତର ପାଇବା ଯେତିକି କଷ୍ଟ ଉତ୍ତରଟି ଠିକ୍ କି ଭୁଲ୍ ତାହା କହିବା ଆହୁରି କଷ୍ଟ ।

ଯେତେବେଳେ ଆମେ ଏଇ ବିଶାଳ ବିଶ୍ୱକୁ ଦେଖୁ ସେତେବେଳେ ତା’ର ପ୍ରାକୃତିକୁ ସୌନ୍ଦର୍ଯ୍ୟ ଆମକୁ ମନ୍ତ୍ରମୁଗ୍ଧ କରିଦେଇଥାଏ । ତେଣୁ ଭଗବାନଙ୍କୁ ଆମେ ସର୍ବୋଚ୍ଚ ଓ ପରିପୂର୍ଣ୍ଣ ବୋଲି କଳ୍ପନା କରିଥାଉ । ଏଇ ଦୁନିଆର ଯାହା କିଛି ଅପ୍ରତ୍ୟାଶିତ, ଅସାମାନ୍ୟ ଜିନିଷକୁ ଆମେ ଦେଖୁ, ଶୁଣୁ ବା ଅନୁଭବ କରୁ, ତାହା ଭଗବାନଙ୍କ ଦ୍ୱାରା ହେଉଛି ବୋଲି ଆମେ ହୃଦୟଙ୍ଗମ କରୁ ।

ଏସବୁ ଜିନିଷକୁ ଆମେ ଭଗବାନଙ୍କର ବରଦାନ ବୋଲି ଭାବିଥାଉ । ଆମେ କଳ୍ପନା କରୁ ଯେ, ଭଗବାନ ହେଉଛି ସବୁଠାରୁ ଅସାଧାରଣ, ଅଲୌକିକ ଓ ଦିବ୍ୟ ବ୍ୟକ୍ତି । ତେବେ ଏପରି ଅଦ୍ଭୂତ ବ୍ୟକ୍ତିଙ୍କୁ କିଏ ବନାଇଛି, ଯାହାକୁ ଆମେ ଭଗବାନ ବୋଲି କହୁଛେ? କେଉଁଠି ଓ କିପରି ତାଙ୍କୁ ସୃଷ୍ଟି କରାଯାଇଥିଲା? ଯଦି ଭଗବାନଙ୍କ ଜନ୍ମ ଆମ ପରି ହୋଇଥିଲା ତେବେ ଏ ଦୁନିଆର ଅସ୍ତିତ୍ୱ ତାଙ୍କ ପୂର୍ବରୁ ନିଶ୍ଚିତ ଭାବେ ରହିଥିଲା । ଏପରି ସ୍ଥଳେ କହିବା ଠିକ୍ ହେବ ଯେ, ସେ କିପରି ଏହି ଦୁନିଆକୁ ବନାଇଲେ ।

ଯଦି ଭଗବାନଙ୍କୁ ସୃଷ୍ଟି କରାଯାଇଥିଲା, ତେବେ ଯିଏ ତାଙ୍କୁ ସୃଷ୍ଟି କରିଥିଲା, ତାଙ୍କର ସୃଷ୍ଟି କିପରି ହୋଇଥିଲା । ତାଙ୍କୁ ଯିଏ ସୃଷ୍ଟି କରିଥିଲା, ତାଙ୍କୁ କିଏ ସୃଷ୍ଟି କରିଥିଲା…… ପ୍ରଶ୍ନ ପରେ ପ୍ରଶ୍ନ ଏପରି ଲମ୍ବି ଚାଲିଥିବ ଆଉ ଉତ୍ତର ଆମକୁ କେବେ ବି ମିଳିବ ନାହିଁ ।

ଆପଣ ଜାଣନ୍ତି କି ଛଅଟି ଶାଶ୍ୱତ ତତ୍ତ୍ୱ ବ୍ରହ୍ମାଣ୍ଡରେ କେବେ ବି ଅସ୍ତିତ୍ୱ ହରାନ୍ତି ନାହିଁ । ସେଗୁଡ଼ିକ ହେଉଛି ଆତ୍ମ, ପରମାଣୁ, ଆକାଶ, ସମୟ, ଧର୍ମାସ୍ତିକାୟ, ଅଧର୍ମାସ୍ତିକାୟ । ଶାଶ୍ୱତ ତତ୍ତ୍ୱର ଅର୍ଥ ହେଉଛି ଏହାକୁ ସୃଷ୍ଟି କରାଯାଇ ନାହିଁ । ଏଥିପାଇଁ ଏହାକୁ ନଷ୍ଟ ମଧ୍ୟ କରାଯାଇ ପାରିବ ନାହିଁ । ଏହା ନା ଜନ୍ମ ନିଏ ନା ମୃତ୍ୟୁବରଣ କରେ । କୌଣସି ତତ୍ତ୍ୱର ଆରମ୍ଭ ନାହିଁ କି ଅନ୍ତ ନାହିଁ । ଆତ୍ମ ଛଅଟି ଅନନ୍ତ ତତ୍ତ୍ୱ ମଧ୍ୟରୁ ହେଉଛି ଗୋଟିଏ । ଆଉ ତାହା ହେଉଛି ଭଗବାନ ।

Get real time updates directly on you device, subscribe now.