ପିତୃପକ୍ଷରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ: ନଚେତ୍ ସମ୍ନା କରିବାକୁ ପଡିବ ଅନେକ ସମସ୍ୟା

ହିନ୍ଦୁ ଧର୍ମ ରେ ପିତୃ ପକ୍ଷର ଅନେକ ମହତ୍ୱ ଓ ଗୁରୁତ୍ୱ ରହିଥାଏ । ଏହି ସମୟରେ ଲୋକମାନେ ନିଜ ପିତୃ ପୁରୁଷ ଆତ୍ମା ଶାନ୍ତି ଏବଂ ସେମାନଙ୍କ ଆର୍ଶିବାଦ ପାଇଁ ସେମାନଙ୍କୁ ପିଣ୍ଡ ଦାନ କରିଥାନ୍ତି । ଏତି ସହିତ ବ୍ରାହ୍ମଣ ଏବଂ ପଣ୍ଡିତମାନଙ୍କୁ ଭୋଜନ ସହ ଦାନ ଦକ୍ଷୀଣା ମଧ୍ୟ ଦେଇଥାନ୍ତି । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରପାଯାଇ ନଥାଏ । ତେବେ ପିତୃ ପକ୍ଷକୁ ନେଇ ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ଜରୁରୀ ନିୟମ ବିଷୟରେ କୁହାଯାଇଛି । ଯାହାକୁ ମାନିବା ଦ୍ୱାରା ପିତୃ ପୁରୁଷଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ତେବେ ଏହି ସମୟରେ କିଛି କାମ କରିବାକୁ ବାରଣ କରାଯିବା ସହ କିଛି ଖାଦ୍ୟ ଖାଇବାକୁ ମଧ୍ୟ ବାରଣ କରାଯାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ପିତୃପକ୍ଷରେ କେଉଁ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ ।

ପିତୃ ପକ୍ଷରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ: ପିତୃ ପକ୍ଷରେ କିଛି ଜନିଷ ଭୁଲରେ ବି ଖାଆନ୍ତୁ ନାହିଁ । କାରଣ ଏହାକୁ ସେବନ କରିବା ଦ୍ୱାରା ପିତୃ ପୁରୁଷମାନେ ଅସନ୍ତୁଷ୍ଟହୋଇଥାନ୍ତି ଏବଂ ଅଭିଶାପ ମଧ୍ୟ ଦେଇଥାନ୍ତି । ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ ।

୧-କ୍ଷୀର: ପିତୃପକ୍ଷ ସମୟରେ ଗାଇ କ୍ଷୀର ସେବନ କରିବା ଉଚିତ୍ ନୁହେଁ । ଖାସ୍ କରି ଯେଉଁ ଗାଇ କିଛି ଦିନ ପୂର୍ବରୁ ବାଛୁରୀ ଦେଇଥିବ ସେହି ଗାଇର କ୍ଷୀର ବିଲକୁଲ ଖାଇବା ଉଚିତ୍ ନୁହେଁ ।

୨-ସୋରିଷସ ତେଲ: ହିନ୍ଦୁ ଧର୍ମ ଅନୁସାରେ ପିତୃପକ୍ଷ ସମୟରେ ସୋରିଷ ତେଲ ଖାଇବାକୁ ବାରଣ କରାଯାଇଥାଏ । ଏଥିସହିତ ମୂଳା ,ବାଇଗଣ ମଧ୍ୟ ଖାଇବାକୁ ମନା କରାଯାଇଥାଏ ।

୩-ମସୁର ଡାଲି: ପିତୃପକ୍ଷ ସମୟରେ ମସୁର ଡାଲି ଖାଇବାକୁ ସମ୍ପୂର୍ଣ୍ଣ ରୂପରେ ବାରଣ ହୋଇଥାଏ ।

୪-ବାସି ଖାଦ୍ୟ: କୁହାଯାଏ ଯେ ପିତୃପକ୍ଷ ସମୟରେ ବାସି ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହି ସମୟରେ ସତେଜ ଖାଦ୍ୟ ଖାଇବା ସହ ବଳାକା ଖାଦ୍ୟକୁ ସେହି ଦିନ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦେବା ଦରକାର ।

ତେବେ ଏହି ସବୁ ନିୟମ ନମାନିବା ଦ୍ୱାରା ପିତୃ ପୁରୁଷମାନେ ଅଶାନ୍ତି ହେବା ସହ ଅଭିଶାପ ମଧ୍ୟ ଦେଇଥାନ୍ତି । ଯାହାଫଳରେ ଘରେ ଅଶାନ୍ତି ଓ ସମସ୍ୟା ଲାଗି ରହିବା ସହ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ ।