fbpx

LinkedIn ୟୁଜର୍ସ ସାବଧାନ! ଏହି ଫିଚରର ବ୍ୟବହାର କରି ସ୍କାମର୍ସ କରୁଛନ୍ତି ଟାର୍ଗେଟ, ଏମିତି ରୁହନ୍ତୁ ସୁରକ୍ଷିତ

ନୂଆଦିଲ୍ଲୀ: ଫ୍ରୋଫେସନାଲ ଲୋକଙ୍କ ପାଇଁ LinkedIn ଏକ ଭଲ ପ୍ଲାଟଫର୍ମ, କିନ୍ତୁ ଏବେ ସ୍କାମରମାନେ ମଧ୍ୟ ଏହାର ଫାଇଦା ଉଠାଇ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ଅଧିକାଂଶ ଲିଙ୍କଇନ୍ ୟୁଜର୍ସ କୌଣସି ବି ରିକ୍ୱେଷ୍ଟକୁ ଆକ୍ସପ୍ଟେ କରିନଅନ୍ତି । ଏହି କାରଣରୁ ସ୍କାମର୍ସଙ୍କ ପାଇଁ ସ୍କାମ କରିବା ଆହୁରି ଅଧିକ ସହଜ ହୋଇଯାଏ ।

ଲିଙ୍କଇନ୍ ଉପରେ ୟୁଜର୍ସଙ୍କୁ ପ୍ରଥମେ ନିଜ କ୍ରେଡିବିଲିଟି ତିଆରି କରିଥାନ୍ତି । ଏଥିପାଇଁ ସେମାନେ ଅନ୍ୟ ୟୁଜର୍ସଙ୍କ ସହ କନେକ୍ଟ କରିଥାନ୍ତି । ପରେ ଆରମ୍ଭ ହୋଇଥାଏ ସ୍କାମର ଖେଳ । ସ୍କାମର୍ସ ମଲିସିଅସ ଫାଇଲ୍ସ ଏବଂ ଲିଙ୍କସକୁ ଶେୟାର କରିଥାନ୍ତି । ଯାହାକୁ ୟୁଜର୍ସ ଖୋଲିଥାନ୍ତି, ଫଳରେ ସ୍କାମର ଶିକାର ହୋଇଥାନ୍ତି ।

ଏହି ସ୍କାମରେ ଲିଙ୍କଇନରେ ସ୍କାମର କନେକ୍ସନ ରିକ୍ୱେଷ୍ଟ ପଠାଯାଇଥାଏ । ଏଥିରେ ଏକ ପ୍ରୋଜେକ୍ଟକୁ ନେଇ ରିକ୍ୱେଷ୍ଟ ପଠାଯାଇଥାଏ । ଏହି ପ୍ରୋଜେକ୍ଟକୁ ନେଇ କୁହାଯାଇଥାଏ ଯେ ଏହା ଏକ ବଡ଼ କମ୍ପାନୀ ଅଟେ । ଏହି କାରଣରୁ ୟୁଜର୍ସ ଏଥିରେ ଇଣ୍ଟ୍ରେଷ୍ଟ ଦେଖାଇଥାନ୍ତି । ଏହାପରେ କନେକ୍ସନ ତରଫରୁ ୟୁଆରଏଲ କିମ୍ବା ଏକ ଜିପ୍ ଫାଇଲ ପଠାଯାଇଥାଏ । ଏହା ଏଭଳି ଭାବରେ ତିଆରି କରାଯାଇଥାଏ ଯେପରି ଏହା ସିକ୍ୟୁରିଟି ଟୁଲ୍ କୁ ଭେଦ କରିପାରିବ ।

ତେବେ ଏହି ଲିଙ୍କଙ୍କୁ ଖୋଲିବା ଦ୍ୱାରା ଭିକ୍ଟିମଙ୍କ ସିଷ୍ଟମରେ ମାଲୱେୟାର ଆସିଯାଲ । ଏହି ମାଲୱେୟାର ୟୁଜର୍ସଙ୍କ ଡିଭାଇସରୁ ପାସୱାର୍ଡ, କ୍ରେଡିଟ୍ କାର୍ଡ ତଥ୍ୟ ଏବଂ ଅନ୍ୟ  ସମ୍ବେଦନଶୀଳ ଡାଟା ଚୋରି କରିଥାନ୍ତି । ଏହି ତଥ୍ୟକୁ ବ୍ୟବହାର କରି ସୋସିଆଲ ମିଡିଆ ଏବଂ ଇମେଲ ଆକାଉଣ୍ଟ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଏ । ଏହାକୁ ନେଇ କ୍ଲାଉଡଏସଇକେ ଏକ ରିପୋର୍ଟ କରିଛି ।

ତେବେ ଏଥିରୁ ସୁରକ୍ଷିତ ରହିବା ପାଇଁ ହେଲେ କୌଣସି ନୂଆ କନେକ୍ସନ ଆକ୍ସେପ୍ଟ କରିବା ପୂର୍ବରୁ ଥରେ ଭେରିଫାଇ କରିନିଅନ୍ତୁ । ଏବଂ ଲିଙ୍କଇନରେ କୌଣସି ଫାଇଲ ଡାଉନଲୋଡ କରିବା ପୂର୍ବରୁ ଏହାକୁ ଆଣ୍ଟିଭାଇରସ ଦ୍ୱାରା ସ୍କାନ୍ କରିନିଅନ୍ତୁ ।

Get real time updates directly on you device, subscribe now.