ଏହି ବ୍ୟାଙ୍କ୍ ଆଣିଲା ସ୍ୱତନ୍ତ୍ର FD: ଜାଣନ୍ତୁ କ’ଣ ମିଳିବ ବିଶେଷ ସୁବିଧା

ନୂଆଦିଲ୍ଲୀ: ଇଣ୍ଡିଆନ୍ ବ୍ୟାଙ୍କ୍ ଏହାର ଗ୍ରାହକଙ୍କୁ ଏକ ବିଶେଷ ଅଫର୍ ଆଣିଛି । ପ୍ରକୃତରେ ବ୍ୟାଙ୍କ୍ ସ୍ୱତନ୍ତ୍ର ଫିକ୍ସ ଡିପୋଜିଟ୍ ସ୍କିମ୍ ‘IND Utsav 610′ ଅଫର୍ ଲଞ୍ଚ କରିଛି । ଏହି ଅଫର୍ ୬୧୦ ଦିନ ସମୟ ଅବଧି ପାଇଁ ରହିଛି । ଏହି ସ୍ୱତନ୍ତ୍ର ସ୍କିମରେ ସାଧାରଣ ଗ୍ରାହକଙ୍କୁ ୬.୧୦ ପ୍ରତିଶତ ସୁଧ ଏବଂ ବରିଷ୍ଠ ନାଗରିକଙ୍କୁ  ୬.୨୫ ପ୍ରତିଶତ ସୁଧ ମିଳିବ । ସେହିଭଳି ସୁପର ସିନିୟର ସିଟିଜେନ୍ ଅର୍ଥାତ୍ ଯେଉଁମାନେ ୮୦ ବର୍ଷରୁ ଅଧିକ ବୟସର ସେମାନଙ୍କୁ ୬.୫୦ ପ୍ରତିଶତ ସୁଧ ମିଳିବ । ବ୍ୟାଙ୍କ୍ ଅଧିକାରୀଙ୍କ ଅନୂଯାୟୀ ଏହି ସ୍ୱତନ୍ତ୍ର ଅଫର୍ ୩୧ ଅକ୍ଟୋବର ମଧ୍ୟରେ ଆବେଦନ କରିବାକୁ ହେବ ।

ପୂର୍ବରୁ ଇଣ୍ଡିଆନ୍ ବ୍ୟାଙ୍କ୍ ୨୪ ଅଗଷ୍ଟରେ ନିଜର ସୁଧ ଦରରେ ପରିବର୍ତ୍ତନ କରିଥିଲା । ଏହି ପରିବର୍ତ୍ତନ ପରେ ବ୍ୟାଙ୍କ୍ ୭ ଦିନରୁ ୧୦ ବର୍ଷ ସମୟ ଅବଧି ମଧ୍ୟରେ ଏଫଡି କରୁଥିବା ୨.୮୦ ପ୍ରତିଶତ ରୁ ୫.୭୫ ପ୍ରତିଶତ ମଧ୍ୟରେ ସୁଧ ଦେଉଛି । ଇଣ୍ଡିଆନ୍ ବ୍ୟାଙ୍କ୍ ଏବେ ୧ ବର୍ଷର ଏଫଡି ଉପରେ ୫.୩୦ ପ୍ରତିଶତ ବଦଳରେ ୫.୪୫ ପ୍ରତିଶତ ସୁଧ ଦେବ । ବ୍ୟାଙ୍କ୍ ୧ ବର୍ଷରୁ ଅଧିକ ଏବଂ ୨ ବର୍ଷରୁ କମ୍ ଏଫଡି ଉପରେ ୫.୪୦ ପ୍ରତିଶତ ସୁଧ ବଦଳରେ ୫.୫୦ ପ୍ରତିଶତ ସୁଧ ଦେବ ।

ସେହିଭଳି ବ୍ୟାଙ୍କ୍ ଏବେ ୨ ବର୍ଷରୁ ନେଇ ୩ ବର୍ଷରୁ କମ୍ ଅବଧି ପାଇଁ ଏଫଡି ଉପରେ ୫.୫୫ ପ୍ରତିଶତ, ୩ ବର୍ଷରୁ ନେଇ ୫ ବର୍ଷରୁ ଏଫଡି ଉପରେ ୫.୭୫ ପ୍ରତିଶତ  । ୫ ବର୍ଷର ଏଫଡି ଉପରେ ୫.୬୫ ପ୍ରତିଶତ ଏବଂ ୫ ବର୍ଷରୁ ଅଧିକ ଏଫଡି ପାଇଁ ୫.୬୫ ପ୍ରତିଶତ ସୁଧ ଦେବ ।

ଏହା ପୂର୍ବରୁ ଏସବିଆଇ, କର୍ଣ୍ଣାଟକା ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍ ମଧ୍ୟ ଅଧିକ ସୁଧ ସୀମିତ ସମୟ ପାଇଁ ସ୍ପେଶାଲ ଏଫଡି ସ୍କିମ୍ ଲଞ୍ଚ କରିଛି ।