fbpx

(Video) ରାଷ୍ଟ୍ରପତିଙ୍କୁ ଚିଠି ଲେଖିବେ ଦୀପିକା: ପୁଅକୁ ମିଳିବ ଅଧିକାର, ଦିନେଶଙ୍କ ସହ ଗଢ଼ିବେ ସୁଖର ସଂସାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୫୦ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବର୍ଷା, କାକରରେ ଖାଇବା ପିଇବା ଭୁଲି ନିଜ ସନ୍ତାନର ଅଧିକାର ପାଇଁ ଦିନେଶଙ୍କୁ ଅପେକ୍ଷା କରି ରହିଛନ୍ତି । ଏହା ମଧ୍ୟରେ ଦୀପିକା-ଦିନେଶଙ୍କୁ ନେଇ ଏକାଧିକ ଭିଡିଓ ସାମ୍ନାକୁ ଆସିସାରିଛି । ଦୀର୍ଘଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଦୀପିକା ନ୍ୟାୟ ପାଇ ପାରିନାହାନ୍ତି ।

ତେବେ ଦୀପିକାଙ୍କୁ ନେଇ ଏବେ ଏକ ନୂଆ ଖବର ଆସିଛି । ଦୀପିକା କହିଛନ୍ତି, ମୁଁ ଦୀର୍ଘଦିନ ଧରି ଧାରଣାରେ ବସି ରହିଥିଲେ ବି କେହି ମୋ ଦୁଃଖ ବୁଝୁ ନାହାନ୍ତି । ଦୀନେଶ ଆଉ ମୋ ପାଖକୁ ନୋଟିସ ଆସିଥିଲା । ମୁଁ ତାହାକୁ ରିସିଭ୍ କରିଥିଲି ମାତ୍ର ଦୀନେଶ ଜାଣିଶୁଣି ବୋଧହୁଏ ରିସିଭ୍ କରିନଥିଲେ । ସେ ଆଇନ ବାଟରେ ଚାଲିବେ ବୋଲି ପୂର୍ବରୁ ଗଣମାଧ୍ୟମକୁ କହିଥିଲେ । ମାତ୍ର ଏବେ ସେ ତାଙ୍କର ନିଜ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି ।

ମୁଁ ମୋ ସ୍ୱାମୀଙ୍କୁ ଦଣ୍ଡ ଦେବାକୁ ଚାହୁଁନାହିଁ । ମୋ ସୁଖରେ ମୋର ଘର ବସାଇବାକୁ ଚାହୁଁଛି । ଏ ବିଷୟରେ ମୁଁ ମହିଳା କମିସନଙ୍କୁ ଅନୁରୋଧ କହିଥିଲି । ସାଥିରେ ମୋ ମାଆ, ପୁଅ ଓ ଭଉଣୀ ରହିଥିଲେ । ଏ ବିଷୟରେ ମୁଁ ଆଇଆଇସି ସାରଙ୍କୁ ଜଣାଇଥିଲି । ସାର ମଧ୍ୟ ଧାରଣାସ୍ଥଳକୁ ଫେରିବା ନେଇ ପ୍ରଶ୍ନ କରିଥିଲେ । ମୋ ସହିତ ପ୍ରମିଳା ମାଆ ଥିଲେ । ମୁଁ ମୋର ଦୁଃଖ ବିଷୟରେ ଲିଖିତ ଆକାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜଣାଇବି । ଯେତେ ଦିନ ପର୍ଯ୍ୟନ୍ତ ମୋତେ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ମୁଁ ଏଠାରେ ବସି ରହିବି ।

Get real time updates directly on you device, subscribe now.