fbpx

(Video) ମେଡିକାଲରେ ବାବୁସାନ୍: ସବୁ ରାଗ ଭୁଲି ସ୍ୱାମୀଙ୍କ ଯତ୍ନ ନେଲେ ସ୍ତ୍ରୀ ତୃପ୍ତି

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ଅକ୍ସିଜେନ କମିଯିବାରୁ ବାବୁଶାନ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି । ଅନ୍ୟପଟେ ସ୍ୱାମୀଙ୍କ ଦେହଖରାପ ଖବର ଶୁଣି ମେଡିକାଲରେ ପହଞ୍ଚିଥିଲେ ପତ୍ନୀ ତୃପ୍ତି । ଗତ ୬ ଦିନ ହେବ ବାବୁସାନଙ୍କ ଚିକିତ୍ସା ଚାଲିଥିବା ବେଳେ ପତ୍ନୀ ତୃପ୍ତି ମଧ୍ୟ ନିଜ ସ୍ୱାମୀଙ୍କର ସମସ୍ତ ଦାୟିତ୍ୱ ନେଇଛନ୍ତି ।

ସୂଚନା ମୁତାବକ, ପତି-ପତ୍ନୀ ଓ ପ୍ରକୃତି ବିବାଦ ପରେ ବାପାଙ୍କ ପାଖରେ ରହୁଥିଲେ ତୃପ୍ତି । ଏମିତିକି ତାଙ୍କ ପୁଅ ଗୁଆନଙ୍କୁ ମଧ୍ୟ ନିଜ ପାଖରେ ରଖିଥିଲେ । କେବେ ସେ ନିଜ ପୁଅକୁ ନେଇ ଶାଶୁ ଘର ଫେରିବେ, ସେନେଇ ଅନେକ ଚର୍ଚ୍ଚା ଲାଗି ରହୁଥିଲା, ଯୋହାକି ଆଜିଠାରୁ ବନ୍ଦ ହୋଇଛି । କାରଣ ବାବୁସାନଙ୍କ ପାଖରେ ବର୍ତ୍ତମାନ ତାଙ୍କ ପତ୍ନୀ ତୃପ୍ତି ଅଛନ୍ତି । ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବାବୁସାନଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ତାଙ୍କ ପତ୍ନୀ ତୃପ୍ତି । କେବଳ ତୃପ୍ତି ନୁହଁନ୍ତି, ତାଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ବାବୁସାନଙ୍କ ପାଖରେ ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍ ଦମନ୍’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍ ଚଳାଇବା ପରେ ତାଙ୍କର ଅକ୍ସିଜେନ୍ ଲେବଲ୍ କମିଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ । ମାତ୍ର ଏଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୬ଦିନ ହେବ ବାବୁସାନ୍ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସହ ପତ୍ନୀ ଓ ପରିବାର ଲୋକ ଥିବା ଜଣାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଆଉ ଅଳ୍ପ ଦିନରେ ସେ ଘରକୁ ଫେରିବେ ବୋଲି ଜଣାଯାଇଛି ।

Get real time updates directly on you device, subscribe now.