fbpx

ସରୋଗେସୀ ଆକ୍ଟ ଏବଂ ପ୍ରଜନନ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ବଢିବ ମହିଳାଙ୍କ ପ୍ରତି ଶୋଷଣ !

ନୂଆଦିଲ୍ଲୀ: ସରୋଗେସୀ ଆକ୍ଟ ୨୦୨୧(Surrogacy Act, 2021) ଏବଂ ସହାୟକ ପ୍ରଜଜନ ପ୍ରଦୌଗିକି ଆଇନ ୨୦୨୧ର ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାୟର କରାଯାଇଛି। ଜନସ୍ଵାର୍ଥ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଅନ୍ୟ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ଆକ୍ଟ ଫଳରେ ମହିଳାଙ୍କ ପ୍ରତି ଶୋଷଣ ବଢିବ ବୋଲି ଆବେଦନରେ କୁହାଯାଇଛି।

ବିଚାରପତି ଅଜୟ ରସ୍ତୋଗୀ ଏବଂ ବିଚାରପତି ସିଟି ରବି କୁମାରଙ୍କ ଖଣ୍ଡପୀଠ ଆବେଦନ ଉପରେ କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଆଇସିଏମଆରଠୁ ଜବାବ ଲୋଡିଛନ୍ତି। କେବଳ ପରୋପକାର କ୍ଷେତ୍ରରେ ସରୋଗେସୀକୁ ଅନୁମତି ଦେବା ଏବଂ ଏହାର ବ୍ୟବସାୟିକ ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା ଲଗାଯିବା ଫଳରେ ମହିଳାଙ୍କ ପ୍ରତି ଶୋଷଣ ବଢିବ। ସମ୍ବିଧାନର ଅନୁଚ୍ଛେଦ ୧୪ ଆଧାରରେ ମହିଳାଙ୍କୁ ପ୍ରଦାନ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ଆବେଦନରେ କୁହାଯାଇଛି। କେବଳ ଏତିକି ନୁହେଁ ମହିଳାଙ୍କ ପ୍ରଜନନର ଅଧିକାରର ସିଧାସଳଖ ଉଲ୍ଲଂଘନ ହେବ। ସମ୍ବିଧାନର ଅନୁଚ୍ଛେଦ ୨୧ ଆଧାରରେ ଦିଆଯାଇଥିବା ବ୍ୟକ୍ତିଗତ ଅଧିକାରର କ୍ଷୁର୍ଣ୍ଣ ହେବ ବୋଲି ଆବେଦନକାରୀ କହିଛନ୍ତି।

ଆବେଦନକାରୀ ଅରୁଣ ମୁଥୁଓ୍ଵେଲ ଆଇନଜୀବୀ ମୋହିନୀ ପ୍ରିୟାଙ୍କ ଜରିଆରେ ଏହି ଆବେଦନ ଦାୟର କରିଛନ୍ତି। ସରୋଗେସୀ ପାଇଁ ମହିଳାଙ୍କ ନିର୍ଦ୍ଧାରିତ ବୟସସୀମା ବୃଦ୍ଧି କରାଯିବା ଫଳରେ ସରୋଗେସୀର ମୂଲ୍ୟ ବୃଦ୍ଧି ପାଇବ। ତେବେ ଏହାର ବ୍ୟବସାୟିକ ଉପରେ ଆଇନରେ କଟକଣାକୁ ଆବେଦନରେ ବିରୋଧ କରାଯାଇଛି।
ସୂଚନାଯୋଗ୍ୟ, ସରୋଗେସୀ ଆକ୍ଟ ୨୦୨୧ ସଂପର୍କିତ ବିଧେୟକକୁ ସଂସଦର ମଞ୍ଜୁରୀ ପରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଥିଲେ। ଦେଶରେ ଏହି ଆଇନ ଲାଗୁ ହୋଇ ସାରିଛି। ନୂତନ ଆଇନ ଜରିଆରେ ସରୋଗେସୀର ବୈଧାନିକ ମାନ୍ୟତା ଏବଂ ଏହାର ବ୍ୟବସାୟିକ ବ୍ୟବହାର ଉପରେ ରୋକ୍ ଲଗାଯାଇଛି। କେବଳ ମାତୃତ୍ଵ ସୁଖ ପାଇଁ ମହିଳାମାନଙ୍କୁ ସରୋଗେସୀ ବା ଛୁଆ ଜନ୍ମ ପାଇଁ ଭଡାରେ କୋଳ ଦେବାକୁ ଅନୁମତି ଦିଆଯାଇଛି। ସରୋଗେସୀ ଜରିଆରେ ନିଃସନ୍ତାନ ଦମ୍ପତ୍ତି ପିଲାର ମାଆ-ବାପା ହୋଇଥାନ୍ତି।

Get real time updates directly on you device, subscribe now.