fbpx

ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୩୦ ନଭେମ୍ବର ଭିତରେ କରନ୍ତୁ ଆବେଦନ  

ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସି ଖବର । ଆଇଟିଆଇ ପାସ୍‌ କରିଥିବା ଓଡିଶା ଯୁବପିଢିମାନେ ଏଥିରେ ଲାଭବାନ ହେବେ । ସେଲ୍‌ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଖାଲିପଡିଛି ଅପାରଣ୍ଟିସ ପଦବୀ। ଏଥିପାଇଁଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ଖାଲି ପଡିଥିବା ପଦବୀରେ ଆବେଦନ କରିବା ପାଇଁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଭାବେ ଚେକ୍‌ କରିଦିଅନ୍ତୁ। ସେଲ୍‌ ଅପାରଣ୍ଟିସ ପଦବୀ ପାଇଁ ପ୍ରାର୍ଥୀ apprenticeshipindia.org ପୋର୍ଟାଲକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ପ୍ରାର୍ଥୀ ନ୍ୟାସନାଲ ଅପରାଣ୍ଟିସ ଟ୍ରେନିଂ ସ୍କିମର ଅଫିସିଆଲ ୱେବସାଇଟ୍‌  portal.mhrdnats.gov.in କୁ ଯାଇ ଆବେଦନ କରିପାରିବେ ।

 

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ : ୨୬୧

ଟ୍ରେଡ ଅପାରଣ୍ଟିସ: ୧୧୩

ଟେକ୍ନିସିଆନ ଅପାରଣ୍ଟିସ : ୧୦୭

ଗ୍ରାଜୁଏଟ ଅପାରଣ୍ଟିସ : ୪୧

ଶିକ୍ଷାଗତ ଯୋଗ୍ୟତା : ସେଲ୍‌ ରାଉରକେଲା ଷ୍ଟିଲ ପ୍ଲାଣ୍ଡରେ ଟ୍ରେଡ ଏବଂ ଗ୍ରାଜୁଏସନ/ଟେକ୍ନିସିଆନ ପଦବୀରେ ଭର୍ତ୍ତିପାଇଁ ପ୍ରାର୍ଥୀ ଆଇଟିଆଇ ପାସ୍‌ କରିଥିବା ସହିତ ଡିପ୍ଲୋମା ଏବଂ ଗ୍ରାଜୁଏସନ ଯୋଗ୍ୟତା ଥିବା ମଧ୍ୟ ଜରୁରୀ। ଅଲଗା ଅଲଗା ପଦବୀ ପାଇଁ ଅଲଗା ଅଲଗା ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି।

ବୟସ ସୀମା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ ।ସଂରକ୍ଷିତ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛୁଟ୍‌ ଦିଆଯିବ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ମେରିଟ ଆଧାରରେ କରାଯିବ। ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ୧ ବର୍ଷ ପାଇଁ କରାଯିବ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ । ଅଧିକ ଜାଣିବା ପାଇଁ https://www.sail.co.in/ରେ କ୍ଲିକ୍‌ କରନ୍ତୁ ।

Get real time updates directly on you device, subscribe now.