fbpx

କେଶକୁ ଲମ୍ବା କରିବାକୁ ଚାହୁଁଛନ୍ତି କି? ସାମିଲ କରନ୍ତୁ ଡାଏଟରେ ଏହି ଖାଦ୍ୟ

ଲମ୍ବା କେଶ ରଖିବା ପ୍ରତ୍ୟେକ ଝିିଅଙ୍କର ସ୍ୱପ୍ନ ହୋଇଥାଏ । କିନ୍ତୁ ସମସ୍ତଙ୍କର କେଶ ଅଧିକ ବଢେ ନାହିଁ । କେଶ ଲମ୍ବା ନହେବାର କାରଣ ପ୍ରାୟତଃ ଖାଦ୍ୟ ଏବଂ ପାନୀୟ ଅଭାବରୁ ହୋଇଥାଏ । ଯଦି ଆପଣ ନିଜ ଖାଦ୍ୟରେ ସୁସ୍ଥ ଜିନିଷ ବ୍ୟବହାର କରିବା ଆରମ୍ଭ କରନ୍ତି, ତେବେ ଆପଣଙ୍କ କେଶ ମଧ୍ୟ ଲମ୍ବା, ମୋଟା ଏବଂ ଅଧିକ ଘନ ହୋଇପାରିବ । ତେବେ କେଉଁ ଜିନିଷ ଆପଣ ନିଜ ଖାଦ୍ୟରେ ବ୍ୟବହାର କରିପାରିବେ ତାହା ଜାଣି ରଖନ୍ତୁ । ଯେଉଁଥିପାଇଁ ଆପଣଙ୍କର କେଶ ମଧ୍ୟ ବହୁତ ସୁନ୍ଦର ହୋଇଯିବ ।

ଆପଣଙ୍କ ଖାଦ୍ୟରେ ଆପଣ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆରମ୍ଭ କରନ୍ତୁ । ଶୀତ ଋତୁ ହୋଇଥିବାରୁ ଏହି ସମୟରେ ଅଣ୍ଡା ଖାଇବା ଆପଣଙ୍କ କେଶକୁ ପ୍ରଚୁର ପ୍ରୋଟିନ୍ ଦେବ । ଯଦି ଆପଣ ପ୍ରତିଦିନ ଜଳଖିଆରେ ଅଣ୍ଡା ଖାଆନ୍ତି ତେବେ ଏହା କେଶକୁ ମୋଟା କରିଥାଏ । ଶୀତଦିନେ ଅଣ୍ଡା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣ ନିଜ ଖାଦ୍ୟରେ ପାଳଙ୍ଗ ମଧ୍ୟ ବ୍ୟବହାର କରିପାରିବେ । ପାଳଙ୍ଗରେ ଆଇରନର ମାତ୍ରା ଅଧିକ ଥାଏ । ଆପଣଙ୍କ ଶରୀରରେ ଆଇରନର ଅଭାବ ଥିଲେ ମଧ୍ୟ ଏହା ଆପଣଙ୍କ କେଶ ଝଡ଼ିବାର କାରଣ ହୋଇପାରେ । ସେଥିପାଇଁ ପ୍ରଚୁର ଆଇରନ ପାଇବା ପାଇଁ ଖାଦ୍ୟରେ ପାଳଙ୍ଗ ବ୍ୟବହାର କରନ୍ତୁ ।

କେଶ ପାଇଁ ଖଟା ଯୁକ୍ତ ଖାଦ୍ୟ ବହୁତ ଭଲ ହୋଇଥାଏ । ଖଟା ଖାଦ୍ୟରେ ଭିଟାମିନ୍ ସି ଥାଏ ଏବଂ ଭିଟାମିନ୍ ସି ତ୍ୱଚା ପାଇଁ ଭଲ ହୋଇଥାଏ । ଯଦି ଆପଣ ଦିନସାରା କମଳା କିମ୍ବା ଲେମ୍ବୁ ଖାଆନ୍ତି ତେବେ ଏହା ଆପଣଙ୍କ କେଶ ପାଇଁ ଲାଭଦାୟକ ପ୍ରମାଣିତ ହେବ । କେଶକୁ ମୋଟା, ଶକ୍ତିଶାଳୀ କରିବା ପାଇଁ ଝିଅମାନେ ବାହାରୁ ଅନେକ ଉତ୍ପାଦ ବ୍ୟବହାର କରନ୍ତି । କିନ୍ତୁ କେଶର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ଘରେ ଏପରି କିଛି ଜିନିଷ ଅଛି ଯାହା ଦ୍ୱାରା ଆପଣ ଲମ୍ବା କେଶ ମଧ୍ୟ ରଖିପାରିବେ ।

Get real time updates directly on you device, subscribe now.