fbpx

ବିଚାରପତିଙ୍କ ନିଯୁକ୍ତି କଲେଜିୟମରେ ସରକାରଙ୍କ ପ୍ରତିନିଧୀ ସାମିଲ କରନ୍ତୁ; ମୁଖ୍ୟବିଚାରପତିଙ୍କୁ ଚିଠି ଲେଖିଲେ ଆଇନ ମନ୍ତ୍ରୀ କିରନ ରିଜିଜୁ

ନୂଆଦିଲ୍ଲୀ: ବିଚାରପତି ମାନଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଜାରି ରହିଛି। ସୁତ୍ରରୁ ମିଳିଥିବା ଖବର ଅନୁସାରେ ଆଇନ୍ ମନ୍ତ୍ରୀ କିରନ ରିଜିଜୁ ଏ ସଂକ୍ରାନ୍ତରେ ମୁଖ୍ୟବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ କଲେଜିୟମରେ ସରକାରଙ୍କ ପ୍ରତିନିଧୀ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରତିନିଧୀଙ୍କୁ ସୁପ୍ରିମକୋର୍ଟ କଲେଜିୟମରେ ଏବଂ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପ୍ରତିନିଧୀଙ୍କୁ ହାଇକୋର୍ଟ କଲେଜିୟମରେ ଅନ୍ତର୍ଭୁକ୍ତ କରିବାକୁ ଏହି ପ୍ରସ୍ତାବ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଏହି ଚିଠିରେ କୁହାଯାଇଛି ଯେ, ଏହା ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ପାଇଁ ଆବଶ୍ୟକ ବୋଲି କହିଛନ୍ତି। ତେବେ ମୁଖ୍ୟବିଚାରପତିଙ୍କୁ ଆଇନ୍ ମନ୍ତ୍ରୀଙ୍କ ଚିଠି ଲେଖିବା ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ସହିତ ଜଡ଼ିତ ଏକ ନୂଆ ଘଟଣା। ନିକଟରେ ଉପରାଷ୍ଟ୍ରପତି ଏବଂ ଲୋକସଭା ଅଧ୍ୟକ୍ଷ ବିଭିନ୍ନ ବିଷୟରେ ଉଭୟ ଗୃହର ଅଧିକାରକୁ ବାରମ୍ବାର ଖଣ୍ଡନ କରୁଥିବା ଅଭିଯୋଗ କରିଥିଲେ । ତେବେ ନିକଟରେ ଅନେକ ସାର୍ବଜନିନ କ୍ଷେତ୍ରରେ କଲେଜିୟମର ଦାୟିତ୍ୱବୋଧତା ଉପରେ ପ୍ରଶ୍ନ ଉଠାଇବା ପରେ ଚିଠି ଲେଖି ଆଇନ୍ ମନ୍ତ୍ରୀ ସରକାରଙ୍କ ପ୍ରତିନିଧୀ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଏହି ଚିଠିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରୁମା ପାଲଙ୍କ ବିବୃତ୍ତି ମଧ୍ୟ ଉଲ୍ଲେଖ କରାଯାଇଛି, ଯେଉଁଥିରେ ସେ କଲେଜିୟମ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ସୁପ୍ରିମକୋର୍ଟ କଲେଜିୟମ ଏହି ପ୍ରସ୍ତାବକୁ ନେଇ କହିଛନ୍ତି ଯେ, ଏହି ପରାମର୍ଶଟି ହେଉଛି ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ(ଏନଜେଏସି)କୁ ପଛ ଦ୍ୱାର ଦେଇ ଆଣିବା ପାଇଁ ସରକାରଙ୍କ ଉଦ୍ୟମ।

ତେବେ ଉପରାଷ୍ଟ୍ରପତି ଭି.ପି ଧନଖଡ଼ ଏନଜେଏସି ରଦ୍ଦ ସମ୍ପର୍କରେ କହିଛନ୍ତି ଯେ, ୨୦୧୫ ର ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଅଧିନିୟମକୁ ଖଣ୍ଡନ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସଂସଦର ସାର୍ବଭୌମତ୍ୱ ସହ ଗୁରୁତର ଆପୋଷ ବୁଝାମଣାର ଉଦାହରଣ ଅଟେ। ଏହାପରେ ଉପରାଷ୍ଟ୍ରପତିଙ୍କ ଆଲୋଚନାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସମର୍ଥନ କରିଥିଲେ ।

Get real time updates directly on you device, subscribe now.