fbpx

ସ୍ଥିର ହୋଇଯିବ ପୃଥିବୀର କେନ୍ଦ୍ରସ୍ଥଳ: ଏହାଦ୍ୱାରା କ’ଣ ଧରିତ୍ରୀ ଦୁଇଫାଳ ହୋଇଯିବ, ବିପଦ ମାଡ଼ି ଆସିବ କି, କ’ଣ ରହିଛି ବିଶ୍ୱର ବୈଜ୍ଞାନିକଙ୍କ ରିପୋର୍ଟ

ନୂଆଦିଲ୍ଲୀ: ପୃଥିବୀକୁ ନେଇ ଅନେକ ସମୟରେ ବଡ଼ ବଡ଼ ଅଜଣା ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ବୈଜ୍ଞାନିକଙ୍କ ରିପୋର୍ଟକୁ ନେଇ ସାରା ବିଶ୍ୱବାସୀଙ୍କ ମନରେ ଆତଙ୍କ ଖେଳି ଯାଇଛି । କେବଳ ୭୦ ବର୍ଷ ପରେ ଧରିତ୍ରୀର କେନ୍ଦ୍ରସ୍ଥଳ ସ୍ଥିର ହୋଇଯିବ । ତା’ପରେ ପୁଣି ତାହା ଅନ୍ୟ ଦିଗରେ ଘୁରିବ । ପୃଥିବୀର କେନ୍ଦ୍ରସ୍ଥଳ ବା ଦିଲ ଗରମ ଓ ଠୋସ୍ ଲୁହାରେ ତିଆରି ହୋଇଥାଏ । କ୍ରମାଗତ ଭାବେ ଘୂରୁଥିବାରୁ ଏହା କିଛି ସମୟ ପାଇଁ ବ୍ରେକ୍ ନେବ ବୋଲି ବୈଜ୍ଞାନିକମାନେ ଜାଣିପାରିଛନ୍ତି ।

ତେବେ ବୈଜ୍ଞାନିକଙ୍କ ମତରେ ପୃଥିବୀର କେନ୍ଦ୍ରସ୍ଥଳ କିଛି ସମୟ ପାଇଁ ସ୍ଥିର ରହିଯବ । ତା’ପରେ ତାହା ଅନ୍ୟ ଦିଗରେ ଘୂର୍ଣ୍ଣନ କରିବ । ତେବେ ଏହି ଦିଗ ପରିବର୍ତ୍ତନ ଫଳରେ ପୃଥିବୀ ପୃଷ୍ଠରେ ଭୂକମ୍ପ ଆସିବା, ବିପଦ ଆସିବା ନେଇ ବିଶ୍ୱବାସୀଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଛି । ଏପରିକି ଏହି ଦିଗ ବଦଳିବା ଦ୍ୱାରା ପୃଥିବୀର ଗୁରୁତ୍ୱାକର୍ଷଣ ଶକ୍ତି ସମାପ୍ତ ହୋଇଯିବ ବୋଲି କେହି କେହି ପ୍ରଶ୍ନ କରୁଛନ୍ତି ।

ପୃଥିବୀର ଦିଗ ପରିବର୍ତ୍ତନ ହେବା ନେଇ ବୈଜ୍ଞାନିକ ଓ ଭୂକମ୍ପ ବିଜ୍ଞାନୀମାନେ ମିଳିତ ଭାବେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏ ବାବଦେର ନେଚର ଜିଓସାଇନ୍ସରେ ରିପୋର୍ଟ ପ୍ରକାଶ ପାଇଛି । ଧରିତ୍ରୀର କେନ୍ଦ୍ରସ୍ଥଳ ଘୂରିବା ତା’ର ଉପର ପୃଷ୍ଠର ସ୍ଥିରତା ଉପରେ ନିର୍ଭର କରିଥାଏ । ପାଖାପାଖି ୭୦ ବର୍ଷ ପରେ ଏହି ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଶେଷ ଥର ପାଇଁ ୧୯୭୦ରେ ଏପରି ଦିଗ ପରିବର୍ତ୍ତନ ହୋଇଥିବା ବେଳେ ଆଗକୁ ୨୦୨୪ରେ ଏପରି ଘଟିବାକୁ ଯାଉଛି ।

Get real time updates directly on you device, subscribe now.