fbpx

ଏପ୍ରିଲ ୩ରୁ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ, ୫୬ଟି କେନ୍ଦ୍ରରେ ହେବ ଖାତା ଦେଖା

କଟକ/ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୩ ତାରିଖଠାରୁ ଆରମ୍ଭ ହେବ । ଏହା ୧୫ ତାରିଖ ଯାଏଁ ଚାଲୁ ରହିବ । ଏଥିପାଇଁ ୫୬ଟି କେନ୍ଦ୍ର ସ୍ଥାପନ କରାଯାଇଛି । ଖାତା ଦେଖା ପାଇଁ ଏସଓପି ମଧ୍ୟ ଜାରି କରାଯାଇଛି ।

ନିରୀକ୍ଷକମାନେ ସେହି ଅନୁସାରେ ତ୍ରୁଟିପୂର୍ଣ୍ଣ ଭାବେ ଯେପରି ମୂଲ୍ୟାୟନ କରାଯାଇ ପାରିବ ସେନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି । ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଆଲୋଚନା କରାଯିବ । ଚଳିତ ବର୍ଷ ୫ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି । ଅନ୍ୟପକ୍ଷରେ ଶନିବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପାଠ୍ୟ ପୁସ୍ତକ ବାହାର ରାଜ୍ୟକୁ ବିତରଣ କରାଯାଇଛି ।

ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଡାଏରୀ ଓ ଦୁଇଟି କ୍ୟାଲେଣ୍ଡରର ବନ୍ଦୋବସ୍ତ କରାଯାଇଛି । ଏଥିନେଇ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଥିଲା । ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୁସ୍ତକଗୁଡ଼ିକୁ ଗୁଜରାଟ, ତାମିଲନାଡୁ, ଆନ୍ଦ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଇତ୍ୟାଦି ରାଜ୍ୟକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ ରାଜ୍ୟ ଭିତରର ଜିଲ୍ଲାଗୁଡ଼ିକୁ ଅଢେଇ କୋଟିରୁ ଊଦ୍ଧ୍ୱର୍ ପୋଷ୍ଟର ପଠାଯାଇଥିଲା । ଆସନ୍ତା ୩ ତାରିଖରୁ ନୂଆ ସେସନ ପାଠପଢା ଆରମ୍ଭ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ପୁସ୍ତକ ପଠାଯିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.