fbpx

ଆଶ୍ଚର୍ଯ୍ୟ ! କରୋନାରେ ମରିଥିଲେ, ଦୁଇ ବର୍ଷ ପୁଣି ଫେରି ଆସିଲେ

ନୂଆଦିଲ୍ଲୀ : ନିଖୋଜ ବ୍ୟକ୍ତି ଫେରିବା କିଛି ବଡ କଥା ନୁହେଁ । ହେଲେ ମୃତ ବ୍ୟକ୍ତି ଫେରି ଆସିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଏହା କେବଳ ଟିଭି ସିରିୟଲ ବା ଫିଲ୍ମରେ ହୁଏ । କିନ୍ତୁ ବାସ୍ତବରେ ଏଭଳି ଘଟଣା ଘଟିଲେ ଟିକେ ଅଜବ ଲାଗେ । ଠିକ୍ ସେଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ । କରୋନାରେ ମୃତ ବ୍ୟକ୍ତି ଫେରି ଆସିଛନ୍ତି ।

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କରୋନାର ଦ୍ୱିତୀୟ ଲହରରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହେବା ପରେ ଗୁଜୁରାଟର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିଛି ଦିନ ଚିକିତ୍ସା ହେବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଳେ । ଯାହାର ଶେଷ ରୀତିନୀତି ତାଙ୍କ ସମ୍ପର୍କୀୟମାନଙ୍କ ଦ୍ୱାରା ହୋଇଥିଲା । ଏହି ଘଟଣାକୁ ଦୁଇ ବର୍ଷ ପରେ ବର୍ତ୍ତମାନ ସେ ଜୀବନ୍ତ ଅବସ୍ଥାରେ ଘରକୁ ଫେରିଛନ୍ତି। ଘରକୁ ଫେରୁଥିବା ଯୁବକଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ସେ ଦୁଇ ବର୍ଷ ଧରି କେଉଁଠାରେ ଥିଲେ ଏବଂ କାହିଁକି ସେ ଘରକୁ ଫେରି ନଥିଲେ

ସୂଚନାନୁସାରେ, ଯୁବକ କମଲେଶ ପାଟିଦାର (୩୫) ଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଶନିବାର ଦିନ କମଲେଶ କରୋଡକାଲା ଗ୍ରାମରେ ତାଙ୍କ ମାଉସୀ ଘରେ ପହଞ୍ଚିଥିଲା । ତାଙ୍କୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କମଲେଶଙ୍କ ସମ୍ପର୍କୀୟ ସମ୍ପର୍କୀୟ ଶନିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ ଡାକ୍ତରଖାନା ସେମାନଙ୍କୁ ‘ଶବ’ ହସ୍ତାନ୍ତର କରିବା ପରେ ପରିବାର ସଦସ୍ୟ ମଧ୍ୟ ଏହାକୁ ପୋଡି ଦେଇଥିଲେ । ତେବେ ସେ କାହାର ଶବ ଥିଲା ଏବଂ କମଲେଶ ଏପର୍ଯ୍ୟନ୍ତ କେଉଁଠି ଥିଲେ ସେ ବିଷୟରେ କୌଣସି ସୂଚନା ମିଳିନାହିଁ । ସ୍ଥାନୀୟ ପୋଲିସ କହିବା ଅନୁସାରେ ରେକର୍ଡ ଯାଞ୍ଚ କରାଯିବ । କେଉଁ ବ୍ୟକ୍ତି ଶବ ପୋଡା ଯାଇଛି ସେ ବିଷୟରେ ତଥ୍ୟ ମିଳିବ ।

Get real time updates directly on you device, subscribe now.