fbpx

୪ ଜିଲ୍ଲାରେ କୂଆପଥର ବର୍ଷା ସମ୍ଭାବନା, ସୂଚନା ଦେଲେ ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ୪ଦିନ ହେବ କିଛି କିଛି ସ୍ଥାନରେ ଝଡବର୍ଷା ଯୋଗୁଁ ଖରା ତାତିରୁ ରକ୍ଷା ମିଳିଛି । ଏହାପରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ରହୁଛି । ତେବେ ଆଜି ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, କାଳ ବୈଶାଖୀ ପ୍ରଭାବରେ ୪ ଜିଲ୍ଲାରେ ଝଡବର୍ଷା ହେବାର ସମ୍ଭାବନା ରହିବା ସହ କୂଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ସେହି ୪ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର । ସେଠାରେ ବିଜୁଳି ଘଡଘଡି ସହ ଝଡ ପବନ ଏବଂ କୂଆପଥର ବର୍ଷାର ସମ୍ଭାବନା ରହିଛି । ଏନେଇ ଏହି ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି । ଘଡଘଡି ସମୟରେ ବାହାରକୁ ବାହାରିବା ପାଇଁ ମନା କରାଯାଇଛି ।

ଏହା ପୂର୍ବରୁ ରାଜ୍ୟରେ ଅନେକ ଜିଲ୍ଲାରେ ସକାଳ ୮.୩୦ ବେଳର ତାପମାତ୍ରା ୩୦ ଡିଗ୍ରୀ ରହୁଥିବା ବେଳେ ଦ୍ୱିପ୍ରହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରି ଲୋକଙ୍କୁ ଛଟପଟ କରୁଥିଲା । କିଛିଦିନ ହେବ ଏହି କାଳ ବୈଶାଖୀରେ ଝଡବର୍ଷା ଯୋଗୁଁ ଏହି ତାତିରୁ ରକ୍ଷା ମିଳୁଛି ।

Get real time updates directly on you device, subscribe now.