fbpx

ହୋଟେଲରୁ ମିଳିଲା ଡେପୁଟି ସିଏମଓ ଙ୍କ ଝୁଲନ୍ତା ଶରୀର ! ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ …

ନୂଆଦିଲ୍ଲୀ : ଡେପୁଟି ସିଏମଓ ଡକ୍ଟର ସୁନୀଲ କୁମାର ସିଂଙ୍କ ମୃତଦେହ ୟୁପିର ପ୍ରୟାଗରାଜସ୍ଥିତ ଏକ ହୋଟେଲରୁ ମିଳିଛି। ସୁନୀଲ କୁମାରଙ୍କ ମୃତଦେହ କୋଠରୀରେ ଫାସୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ ସୁନୀଲ କୁମାର ବନାରସର ବାସିନ୍ଦା ଥିଲେ।

ସୂଚନାଯୋଗ୍ୟ, ପ୍ରୟାଗରାଜର ଡେପୁଟି ସିଏମଓ ସୁନୀଲ କୁମାର ସିଂ ସିଭିଲ ଲାଇନ୍ସର ହୋଟେଲ ବିଥାଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରି୍‌ଥିବା ଅନୁମାନ କରାଯାଉଛି । ଏନେଇ ହୋଟେଲ କର୍ମଚାରୀମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଉପସ୍ଥିତିରେ କର୍ମଚାରୀମାନେ କୋଠରୀ ଖୋଲିଥିଲେ। ତାଙ୍କ ମୃତଦେହ ଫାସିରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଡକ୍ଟର ସୁନୀଲ କୁମାର ସିଂଙ୍କୁ ତେଜ ପ୍ରତାପ ସାପ୍ରୁ ହସ୍ପିଟାଲ ବେଲିରେ ଡେପୁଟି ସିଏମଓ ଭାବରେ ପୋଷ୍ଟିଂ କରାଯାଇଥିଲା। ରୋଗ ନିୟନ୍ତ୍ରଣ କାର‌୍ୟ୍ୟକ୍ରମର ନୋଡାଲ ଅଫିସର ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ସେ ସିଭିଲ୍ ଲାଇନ୍ସର କଫି ହାଉସ୍ ପାଖରେ ଅବସ୍ଥିତ ହୋଟେଲ ବିଥାଲରେ ଏକ କୋଠରୀ ନେଇଥିଲେ। ସୋମବାର ସକାଳେ ଯେତେବେଳେ ସେ ଦୀର୍ଘ ସମୟ ଧରି ବାହାରକୁ ଆସିନଥିଲେ, କର୍ମଚାରୀମାନେ କବାଟ ବାଡେଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଏହା ପରେ ଯେତେବେଳେ ସେମାନେ ଭିତରକୁ ଚାହିଁଲେ, ସେ ଚମକି ପଡିଥିଲେ । ହୋଟେଲ କର୍ମଚାରୀଙ୍କ ସୂଚନା ଅନୁଯାୟୀ ସିଭିଲ ଲାଇନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।

Get real time updates directly on you device, subscribe now.