fbpx

ଅତି ଭୀଷଣ ହୋଇପାରେ ବାତ୍ୟା:ଆସନ୍ତା ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର: ପୁଣିଥରେ ଓଡ଼ିଶାବାସୀଙ୍କୁ ଘାରିଛି ଅଣମୌସୁମୀ ବାତ୍ୟା ଭୟ। ଏହାରି ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଛି ବଡ ଖବର। ବଙ୍ଗୋପସାଗରରେ ବାତ୍ୟାକୁ ନେଇ ସମ୍ଭାବନା ବଢି ଚାଲିଥିବା ବେଳେ ଏହା ଅତି ଭୀଷଣ ରୂପ ନେଇପାରେ ବୋଲି ଆକଳନ କରାଯାଉଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ଶନିବାର ଅର୍ଥାତ ୬ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ରବିବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କାର୍ଯ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି। ଏହି ଲଘୁଚାପ ୮ ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଲଘୁଚାପ ଅଧିକ ଘନୀଭୂତ ହୋଇ ୯ ତାରିଖରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ବିଷୟରେ ଜଣାପଡିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ୭ ତାରିଖ ସୁଦ୍ଧା ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଓଡ଼ିଶା ପାଇଁ ଏ ପର୍ଯ୍ୟନ୍ତ ସତର୍କ ସୂଚନା ନାହିଁ । ଉପକୂଳ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ସତର୍କତା ଜାରି କରାଯାଇ ନାହିଁ। ଅପର ପକ୍ଷରେ, କାଳବୈଶାଖୀ ପ୍ରଭାବରେ ଗତକାଲି ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

Get real time updates directly on you device, subscribe now.