fbpx

ଝାରସୁଗୁଡା ବିଧାନସଭା ଆସନ ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଶେଷ: ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ

ଝାରସୁଗୁଡ଼ା: ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ଝାରସୁଗୁଡା ବିଧାନସଭା ଆସନ ଉପ-ନିର୍ବାଚନ। ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧ ସୁଦ୍ଧା ୪୨.୨୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ୩ଟା ସୁଦ୍ଧା ୫୫.୨୦
ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଦିନ ୩ଟା ସୁଦ୍ଧା ୬୨,୪୧୯ ଜଣ ପୁରୁଷ ଓ ୫୯,୯୬୩ ଜଣ ମହିଳା ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ଅନ୍ୟାନ୍ୟ ୭ ଜଣ ନିଜର ମତ ସାବ୍ୟସ୍ତ କରିଛନ୍ତି ।

 

 

 

Get real time updates directly on you device, subscribe now.