fbpx

ରାତିରେ ନିଦ ନହେବାର ରହିଛି ଅନେକ କାରଣ: ଆଜିଠୁ ବଦଳାନ୍ତୁ ଏହି ଅଭ୍ୟାସ

ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ସହ ସଠିକ୍ ସମୟରେ ଶୋଇବା  ମଧ୍ୟ ଜରୁରୀ ଅଟେ। ନିରାମୟ ଜୀବନ , ଶାରୀରକ, ମାନସିକ ସୁସ୍ଥତା ପାଇଁ ଆବଶ୍ୟକ ନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ବିଶେଷଜ୍ଞ ମାନେ ଦିନକୁ ୮ରୁ ୯ ଘଣ୍ଟା ଶୋଇବା ପାଇଁ କହିଥାନ୍ତି । ହେଲେ ଆଜିକା ତାରିଖରେ ଅନେକ ଲୋକଙ୍କୁ ଠିକ୍ ସେ ନିଦ ହେଉ ନାହିଁ ଯେଉଁଥି ପାଇଁ ଅନେକ ସମସ୍ୟାର ସମୁଖୀନ ହେବା ପାଇଁ ପଡୁଛି । ବେଳେ ବେଳେ ଖାଦ୍ୟ ପାଇଁ ମଧ୍ୟ ଆମକୁ ରାତିରେ ଠିକ୍ ଭାବେ ନିଦ ହୋଇ ନଥାଏ । ଚାଲନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ରାତିରେ ନିଦ ନହେବାର କାରଣ ସାଜିଥାଏ ।

ଚା ବା କଫି: ରାତିରେ ଶୋଇବା ପୂର୍ବରୁ ଚା କିମ୍ବା କଫି ପିଅନ୍ତୁ ନାହିଁ । ନିଦ ନ ହେବାର ଏହା ଏକ ମୁଖ୍ୟ କାରଣ । ଏପରିକି ଏନର୍ଜି ଡ୍ରିଙ୍କସ୍ ମଧ୍ୟ ରାତିରେ ପିଇବା ଅନୁଚିଚ ।

ଫାଷ୍ଟଫୁଡ: ଆଜିକା ତାରିଖରେ ସମସ୍ତଙ୍କ ପ୍ରଥମ ପସନ୍ଦ ଫାଷ୍ଟଫୁଡ ଖାଦ୍ୟ । ହେଲେ ଏହା ଆମ ଶରୀର ପାଇଁ କ୍ଷତିକାରକ । ଶୋଇବା ପୂର୍ବରୁ ଏହି ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ନିଦ ମଧ୍ୟ ଠିକ ସେ ହୋଇ ନଥାଏ ।

ମିଠା: ଶୋଇବା ପୂର୍ବରୁ କୌଣସି ପ୍ରକାର ମିଠାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହାର କୁପ୍ରଭାବ ଆପଣଙ୍କ ଦାନ୍ତରେ ମଧ୍ୟ ପଡିଥାଏ । ସେହିପରି ଏହା ଶରୀରରେ ସୁଗାର ଲେବଲ୍ ମଧ୍ୟ ବଢାଇ ଦେଇଥାଏ । ନିଦ ନ ହେବାର ଏହା ମଧ୍ୟ ଅନ୍ୟ ଏକ କାରଣ ।

Get real time updates directly on you device, subscribe now.