fbpx

କିଛି ସେକେଣ୍ଡର ମୃତ୍ୟୁ- ତା’ ଭିତରେ ଭେଟ… ପୁଣି ଜୀବିତ ହୋଇ କ’ଣ ସବୁ କହିଲେ ଯୁବତୀ?

ମୃତ୍ୟୁ ପରେ ଆତ୍ମା କେଉଁଆଡେ ଯାଏ, ବାସ୍ତବିକ ଜୀବନରେ ତାହା କେହି ଜାଣି ନଥାନ୍ତି । କିନ୍ତୁ ଏହାର ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି ୩୨ ବର୍ଷୀୟ ଯୁବତୀ କର୍ଟନୀ ସେଣ୍ଟିଆଗୋ । ମୃତ୍ୟୁର ଅନୁଭବ କରିବା ସହ ଅନ୍ୟ ଦୁନିଆରୁ ଏକ ମେସେଜ ମଧ୍ୟ ନେଇ ଆସିଥିବା ସେ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ, ସେ ୪୦ ସେକେଣ୍ଡ ପାଇଁ ମୃତ୍ୟୁବରଣ କରିଥିଲେ । ଏହି ସମୟରେ ସେ ଅନେକ ଜିନିଷ ସହ ସମ୍ପର୍କରେ ଆସିବା ସହିତ ଅନେକ କିଛି ଘଟଣା ଅନୁଭବ କରିଛନ୍ତି ।

ସୂଚନା ଅନୁସାରେ, ପରିବାରର ବ୍ରେଷ୍ଟ କ୍ୟାନ୍ସର ଇତିହାସ ଯୋଗୁଁ ସାଣ୍ଟିୟାଗୋ ଗତବର୍ଷ ଜୁଲାଇରେ ଏମଆରଆଇ ବ୍ରେଷ୍ଟ ସ୍କାନ କରାଇଥିଲେ । ଏହାପରେ ଡାକ୍ତର ତାଙ୍କୁ ଆଇବି ଦେବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ ଶରୀର ଶକ୍ ରେ ଚାଲି ଯାଇଥିଲେ ଏବଂ ଅସ୍ଥାୟୀ ଭାବରେ ତାଙ୍କର ବ୍ଲଡ ପ୍ରେସର ଓ ହୃଦସ୍ପନ୍ଦନ ହ୍ରାସ ପାଇଥିଲା । ଫଳରେ ସେ ଅଚେତ ଅବସ୍ଥାକୁ ଚାଲି ଯାଇଥିଲେ । ତେବେ ଟିକଟକ ଭିଡିଓରେ ସାଣ୍ଟିୟାଗୋ କହିଛନ୍ତି ଯେ, ଏହି ଅନୁଭବ ସମୟରେ ତାଙ୍କୁ ସମ୍ପୂର୍ଣ୍ଣ ଶାନ୍ତି ମିଳିଥିଲା । ସେହି ସମୟରେ ନିଜ ଶରୀର, ପରିବାର, ପିଲା ଏବଂ ସାଙ୍ଗସାଥୀଙ୍କ ଚିନ୍ତା ନଥିଲା ବୋଲି ସେ ପ୍ରକାଶ କରିଛନ୍ତି । ଏହି ସ୍ପେଶାଲ ମୋମେଣ୍ଟକୁ ସେ ଶାନ୍ତିର ସହ ବିତାଇବା ପାଇଁ ଚାହୁଁଥିଲେ । ସାଣ୍ଟିୟାଗୋ କହିଥିଲେ ଯେ, ସେ ଅଚେତ ଅବସ୍ଥାରେ ଥିବାବେଳେ ନିଜ ଏକ ସମୁଦ୍ର କୂଳରେ ଠିଆ ହୋଇଥିବାର ଦେଖିବାକୁ ପାଇଥିଲେ । ଏହି ସମୟରେ ଜଣେ ଅଜଣା ଯୁବକ ଆସି ତାଙ୍କୁ ସାନ୍ତ୍ୱନା ଦେଇଥିଲେ ।

ସାଣ୍ଟିୟାଗୋ କହିଛନ୍ତି ଯେ, ସେହି ଯୁବକ ଜଣକ ତାଙ୍କୁ କହିଥିଲେ ଯେ ଚିନ୍ତା କର ନାହିଁ, ସବୁ କିଛି ଠିକ ଅଛି, କିନ୍ତୁ ବର୍ତ୍ତମାନ ତୁମ ଯିବାର ସମୟ ଆସିନାହିଁ । ଏହା ଶୁଣିବା ପରେ ସାଣ୍ଟିୟାଗୋଙ୍କ ଆଖପାଖର ସମସ୍ତ ଜିନିଷ ହଠାତ ବଦଳିଯାଇଥିଲା । ପାହାଡର ରାସ୍ତା ଦେଇ ପୁଣିଥରେ ପିଲାଦିନ ଘର ଗାର୍ଡେନକୁ ଯିବା ବେଳେ ସେ ହୋସକୁ ଆସିଥିେଲେ ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ତେବେ ଡାକ୍ତର କହିଛନ୍ତି ଯେ, ଭାସୋଭାଗଲ ସିଙ୍କୋପ ନାମକ ଏକ ରୋଗର ଶିକାର ହୋଇଛନ୍ତି ସାଣ୍ଟିୟାଗୋ । ତେବେ ଏହି ଭିଡିଓ ଅପଲୋଡ ହେବା ପରେ ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ।

Get real time updates directly on you device, subscribe now.