fbpx

ମଦ ପିଇବାକୁ ବିକଳ: କେଉଁଠି ଲମ୍ବା ଲାଇନ୍ ଲାଗିଛି ତ କେଉଁଠି ପୂଜା ଚାଲିଛି

ଦେଶର ତୃତୀୟ ପର୍ଯ୍ୟାୟ ଲକ-ଡାଉନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛିଟା କୋହଳ କରାଯାଇଛି ତ ଆଉ କିଛି ଜିନିଷ ଉପରେ କଟକଣା ଲଗାଯାଇଛି । ଗତ ୪୦ ଦିନ ଧରି ଚାଲିଥିବା ଲକ୍-ଡାଲନରେ ଦେଶର ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପଡିଛି । ଏନେଇ ୩ୟ ପର୍ଯ୍ୟାୟରେ କିଛି ସର୍ତ୍ତ ସହିତ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏଥିରେ ମଦ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିସାରିଛି । ମଦ ଟିକିଏ ପାଇବା ପାଇଁ ଅନେକ ସ୍ଥାନରେ ସକାଳୁ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଆଉ କେଉଁ ସ୍ଥାନରେ ମଦ ଦୋକାନର ପୂଜାଚର୍ଚ୍ଚା ଚାଲିଛି । ଫୁଲ ଓ ନଡିଆ ରଖି ପୂଜା କରିବା ପରେ ଦୋକାନର ଶୁଭାରମ୍ଭ କରାଯାଉଛି । କେହି କେହି ତ କ୍ରିକେଟ ମ୍ୟାଚର ଟିକେଟ ପାଇଁ ଲାଇନ୍ ଲଗାଉଥିବା ଭଳି ରାତି ଉଜାଗର ରହି ଦୋକାନ ଆଗରେ ଲାଇନ୍ ଲଗାଇଛନ୍ତି । ତେବେ ଦେଶର ଅର୍ଥବ୍ୟବସ୍ଥାକୁ ପୁଣି ଥରେ ସଜାଡିବାକୁ ଏହି ସବୁ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ୧୫୦ଟି ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଦୋକାନଗୁଡିକ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ ।

Get real time updates directly on you device, subscribe now.