ନୂଆଦିଲ୍ଲୀ: ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨୦୦୦ ଟଙ୍କିଆ ନୋଟ୍ ବଜରରୁ ଅପସାରଣ କରିବାକୁ ଘୋଷଣା କରିଛି। ବର୍ତ୍ତମାନ ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ନିର୍ଦ୍ଧାରିତ ସମୟସୀମା ୩୦ ସେପ୍ଟମ୍ବର ୨୦୨୩ ପୁର୍ବରୁ ସେମାନେ ଏହାକୁ ବଦଳାଇବାରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ କିଛି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ଯେ, ଆରବିଆର ଏହି ନିଷ୍ପତି କାରଣରୁ କିଛି ବ୍ୟାଙ୍କ ଲାଭାନ୍ୱିତ ହୋଇପାରନ୍ତି। ଯେଉଁ ବ୍ୟାଙ୍କ ଗୁଡ଼ିକରେ ଆଗରୁ ପର୍ଯ୍ୟାପ୍ତ ଜମା ହେଉ ନଥିଲା। ଅନ୍ୟପଟେ ଲୋକମାନେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ଜମା କରି ଲାଭାନ୍ୱିତ ହେଇପାରିବେ।
ତେବେ ସାଧାରଣ ଜମା କଲେ ହୁଏତ ଆପଣଙ୍କୁ ଏହି ଲାଭ ନମିଳି ପାରେ। କିନ୍ତୁ ଯଦି ଆପଣ ଏହି ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଦୁଇ ହଜାର ଟଙ୍କିଆକୁ ସ୍ଥିର ଜମା(ଫିକ୍ସଡ୍ ଡିପୋଜିଟ୍) କରି ପାରିବେ। କିନ୍ତୁ ଆପଣଙ୍କୁ ଏହା ଆଗାମୀ ଆରବିଆଇର ମୁଦ୍ରା ନୀତି କମିଟି (ଏମ୍ପିସି) ବୈଠକ ୬-୮ ଜୁନ୍ ୨୦୨୩ ପୁର୍ବରୁ କରିବାକୁ ପଡ଼ିବ।
ଆଗାମୀ ଆରବିଆଇର ଏମପିସି ବୈଠକ ପୂର୍ବରୁ (ଫିକ୍ସଡ୍ ଡିପୋଜିଟ୍) କରିବାକୁ ଚାହୁଁଥିବା ନିବେଶକମାନଙ୍କୁ ପରାମର୍ଶ ଦେଇ ସେବି ପଞ୍ଜୀକୃତ କର ଏବଂ ପୁଞ୍ଜି ବିନିଯୋଗ ବିଶେଷଜ୍ଞ ଜିତେନ୍ଦ୍ର ସୋଲାନକି କହିଛନ୍ତି ଯେ ୨୦୦୦ ନୋଟ ପ୍ରତ୍ୟାହାର ପରେ ଭାରତୀୟ ବ୍ୟାଙ୍କଗୁଡ଼ିକରେ ଜମା ଅପ୍ରତ୍ୟାସିତ ଭାବେ ବୃଦ୍ଧି ପାଇବ ଏବଂ ସେହି କ୍ଷେତ୍ରରେ, ଉଚ୍ଚ ବ୍ୟାଙ୍କ ଜମା ହାର ଆଶା କରିବା ଆପଣଙ୍କ ବ୍ୟାଙ୍କ ସାମାନ୍ୟ ଅଯୁକ୍ତିକର ଅଟେ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ପୁର୍ବରୁ ସୁଧ ହାରରେ କୌଣସି ପରିବର୍ତ୍ତନ ନହେବା ନେଇ ସଙ୍କେତ ଦେଇ ସାରିଛନ୍ତି । ତେଣୁ ବର୍ତ୍ତମାନ ଯଦି କେହି ନୂଆ ବ୍ୟାଙ୍କ (ଫିକ୍ସଡ୍ ଡିପୋଜିଟ୍) ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ତା’ହେଲେ ସେମାନଙ୍କ ପାଇଁ ଏକ ନୂଆ ବ୍ୟାଙ୍କ ଏଫଡି ଆକାଉଣ୍ଟ ଖୋଲିବାର ସମୟ ବର୍ତ୍ତମାନ ଅଟେ । କାରଣ ଆଗାମୀ ଏମପିସି ବୈଠକରେ ଆରବିଆଇ ଦ୍ୱାରା ଯେକୌଣସି ବ୍ୟାଙ୍କ ଏଫଡି ସୁଧ ହାର ହ୍ରାସ କରିପାରେ କାରଣ ବ୍ୟାଙ୍କଗୁଡ଼ିକରେ ଅଧିକ ଟଙ୍କା ରହିବ ୨୦୦୦ ନୋଟ୍ ପ୍ରତ୍ୟାହାର ପରେ ଋଣ ଦେବା ପାଇଁ ।