fbpx

ଠାକୁରଘରେ ଦିଆସିଲି ରଖିବା ହୋଇଥାଏ ଅମଙ୍ଗଳ: ଜାଣନ୍ତୁ ଏ ନେଇ କ’ଣ କହୁଛି ବାସ୍ତୁ ଶାସ୍ତ୍ର

ଜୀବନରେ ସଫଳତା ପାଇବା ପାଇଁ ପରିଶ୍ରମ ସହିତ ଭାଗ୍ୟର ସାଥ୍ ମଧ୍ୟ ନିହାତି ଆବଶ୍ୟକ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ଅନେକ ଉପାୟ ରହିଛି । ଏଥିମଧ୍ୟରୁ ଏକ ଉପାୟ ଘରେ ବା ପୂଜା ଘରେ ରକୁତିବା ଦିଆସିଲି ସହ ମଧ୍ୟ ଯୋଡି ହୋଇ ରହିଛି । ଅଧିକାଂଶ ଲୋକ ଠାକୁର ଘରେ ପୂଜା ପାଇଁ ଦିଆସିଲି ରଖି ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ପ୍ରଭାବ ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ପଡିପାରେ ବୋଲି କହୁଛି ବାସ୍ତୁଶାସ୍ତ୍ର ।

ବାସ୍ତୁ ଶାସ୍ତ୍ର ଅନୁସାରେ, ପୂଜା ଘରେ ଦିଆସିଲି ରଖିବା ଅନୁଚିତ୍ ବା ବର୍ଜନୀୟ । ଏହାଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ଖରା ପରିଣାମ ଭୋଗିବାକୁ ପଡିପାରେ । ଠାକୁର ଘର ପ୍ରତ୍ୟେକ ଘରର ସବୁଠାରୁ ସୁନ୍ଦର ଏବଂ ପବିତ୍ର ସ୍ଥାନ ହୋଇଥାଏ । ତେଣୁ ଏଠାରେ କୌଣସି ପ୍ରକାରର ଜ୍ୱଳନଶୀଳ ସାମଗ୍ରୀ ରଖିବା ଅନୁଚିତ ବୋଲି ବିଶ୍ୱାସ କରାଯାଏ । ତେବେ ଯଦି କେହି ବ୍ୟକ୍ତି ଜାଣତରେ ଅବା ଅଜାଣତରେ ପୂଜାଘରେ ଏଭଳି କୌଣସି ଜିନିଷ ରଖି ଦିଅନ୍ତି, ତାହା ଯୋଗୁଁ ଅନେକ ପ୍ରକାରର କ୍ଷତି ଘଟିପାରେ । ଏ ନେଇ ଜ୍ୟେତିର୍ବିଦମାନେ କହିଛନ୍ତି ଯେ, ପୂଜାଘରେ ଦିଆସିଲି ରଖିଲେ ଘରକୁ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି । ଏସବୁ ଅଶୁଭ ଶକ୍ତି ମଣିଷର ବିଭିନ୍ନ କାର୍ଯ୍ୟରେ ବାଧା ଦେଇଥାଏ । ତେଣୁ ଅନେକ ଶୁଭ କାର୍ଯ୍ୟରେ ବିଳମ୍ବ ହେବା ସହ ଅନେକ ସମୟରେ ଏହା ଅଟକି ଯାଇଥାଏ ।

ଏହି ନକରାତ୍ମକ ଶକ୍ତି ଯୋଗୁଁ ଘରେ ଧନର ଅଭାବ ଦେଖାଯାଇଥାଏ ଏବଂ ଋଣଭାର ମଧ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା ପୂଜା-ଯଜ୍ଞ ଇତ୍ୟାଦିର ଫଳ ମଧ୍ୟ ପ୍ରାପ୍ତି ହୋଇ ନଥାଏ । ବାସ୍ତୁ ଶାସ୍ତ୍ର ମୁତାବିକ, ଘରେ କୌଣସି ବନ୍ଦ ଜାଗା ବା ଆଲମାରୀରେ ଦିଆସିଲି ରଖାଯିବା ଉଚିତ । ଏହାଦ୍ୱାରା ନକରାତ୍ମକ ଶକ୍ତି ଇତ୍ୟାଦି ଘରୁ ଦୂରରେ ରହିପାରିବ ଏବଂ ପରିବାରରେ ଖୁସି ଓ ବିକାଶ ଦିଗରେ ଆଗେଇ ପାରିବ ।

Get real time updates directly on you device, subscribe now.