fbpx

ଟାର୍ଗେଟ ପୂରଣ କରି ନପାରିଲେ କର୍ମଚାରୀ ଖାଇବେ କଞ୍ଚା କଲରା: କମ୍ପାନୀ ଲାଗୁ କଲା ଅଜବ ନିୟମ

ନୂଆଦିଲ୍ଲୀ: କର୍ପୋରେଟ ସେକ୍ଟରରେ କାମର ଚାପ କେତେ ଅଧିକ ତାହା ଜଣେ ଭୁକ୍ତଭୋଗୀ ହିଁ ଭଲଭାବେ କହିପାରିବ । ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ବଡ଼ଧରଣର ଟାର୍ଗେଟ ଦିଆଯାଇଥାଏ । ସେହି ହିସାବରେ କର୍ମଚାରୀଙ୍କ ସାଲାରୀ ବଢ଼ିବା ସହିତ ପ୍ରମୋସନ ମଧ୍ୟ ମିଳିଥାଏ । ଯଦି ଜଣେ କର୍ମଚାରୀ ନିଜର ଟାର୍ଗେଟ୍ ହାସଲ କରିପାରି ନଥାନ୍ତି, ତେବେ କମ୍ପାନୀ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।

ସୂଚନା ମୁତାବକ, ନିକଟରେ ଚୀନର ଏକ କମ୍ପାନୀ ସବୁ ସୀମା ପାର କରିଦେଇଛି । ଟାର୍ଗେଟ ପୂରଣରେ ବିଫଳ ହେଉଥିବା କର୍ମଚାରୀଙ୍କୁ କମ୍ପାନୀ ଜୋରଜବରଦସ୍ତ କଞ୍ଚ କଲରା ଖୁଆଇଛି । ସୋସିଆଲ ମିଡ଼ିଆ ମାଧ୍ୟରେ ଏହି ଖବର ସାମ୍ନାକୁ ଆସିବା ପରେ ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚୀନର ଜିୟାଙ୍ଗସୁ ଅଞ୍ଚଳରେ ଘଟିଛି ଏହି ଘଟଣା । ସେଠାରେ ରହିଥିବା ସୁଜୌ ଡାନାଓ ଫାଙ୍ଗଚେଙ୍ଗଶୀ ଇନଫରମେସନ କନସଲଟିଂ ନାମକ ଏକ କମ୍ପାନୀ ଏହି ନିୟମ ଲାଗୁ କରିଛି ।

ଯେଉଁ କର୍ମଚାରୀମାନେ ସେମାନଙ୍କର ଟାର୍ଗେଟ ହାସଲରେ ବିଫଳ ହୁଅନ୍ତି, ସେମାନଙ୍କୁ କମ୍ପାନୀ ପକ୍ଷରୁ କଲରା ଖାଇବାକୁ ବାଧ୍ୟ କରାଯାଇଥାଏ । ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଶେୟାର କରାଯିବା ପରେ ସବୁ ସତ୍ୟ ପଦାକୁ ଆସିଥିଲା । ଅନ୍ୟପକ୍ଷରେ କମ୍ପାନୀ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହିଁ । ଏପରି ଦଣ୍ଡ ବ୍ୟବସ୍ଥା ଲାଗୁ କରିବା ଫଳରେ କର୍ମଚାରୀମାନେ ସେମାନେ ଲକ୍ଷ୍ୟ ହାସଲ କରିପାରିବେ । ପୁରସ୍କାର ଦଣ୍ଡ ପ୍ରଣାଳୀର ଏକ ଅଂଶ । ତେଣୁ କର୍ମଚାରୀମାନେ ମଧ୍ୟ ଏନେଇ ନିଜର ସହମତି ପ୍ରକାଶ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.