fbpx

ଅଳ୍ପକେ ବଞ୍ଚିଗଲା ବିମାନରେ ଥିବା ୨୧୪ ଜଣ ଲୋକଙ୍କର ଜୀବନ: ଫିଲିପାଇନ୍ସରେ VietJe ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ଟେକନିକାଲ ତ୍ରୁଟି କାରଣରୁ ବୁଧବାର ସକାଳେ ଭିଏତଜେଟ୍ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ୨୧୪ ଜଣ ଲୋକ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି । ଫିଲିପାଇନ୍ସର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ ଏୟାରବସ୍ ଏ୩୨୧ ଦକ୍ଷିଣ କୋରିଆର ଇଞ୍ଚେନ୍ ସହରରୁ ଭିଏତନାମ ଅଭିମୁଖେ ଯାଉଥିଲା । ତା’ପରେ ବିମାନରେ ଟେକନିକାଲ ତ୍ରୁଟି ଦେଖାଗଲା ଓ ଇଲୋକୋସ୍ ନାର୍ଟ ପ୍ରଦେଶର ଲାଓଗ୍ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଯିବାକୁ ପଡିଲା ।

ବେସାମରିକ ବିମାନ ଚଳାଚଳ ଏଜେନ୍ସି ମୁଖପାତ୍ର ଏରିକ ଆପୋଲୋନିଓ କହିଛନ୍ତି ଯେ, ପାଇଲଟ କୌଣସି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିନାହାଁନ୍ତି । ଟେକନିକାଲ ସମସ୍ୟା ବିଷୟରେ ସେ ‘ଟାୱାର’କୁ ସୂଚନା ଦେଇଥିଲେ । ତେବେ କୌଣସି ଇଞ୍ଜିନ୍ ଖରାପ ହେବାର ଖବର ମିଳିନାହିଁ । ଆପୋଲୋନିଓ କହିଛନ୍ତି ଯେ, ଯାତ୍ରୀମାନଙ୍କ ପାଇଁ ଦ୍ୱିତୀୟ ବିମାନର ବ୍ୟବସ୍ଥା କରାଯାଇଛି ଯାହା ବୁଧବାର ଦିନ ପହଞ୍ଚିବ ବୋଲି ଆଶା କରାଯାଉଛି । ସେପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ବିମାନବନ୍ଦରର ‘ଲାଉଞ୍ଜ’ରେ ଅପେକ୍ଷା କରିବାକୁ କୁହାଯାଇଛି ।

ଏହା ପୁର୍ବରୁ ଚଳିତ ମାସ ଆରମ୍ଭରେ ନୂଆଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନର ଇଞ୍ଜିନରେ ହଠାତ୍ ଟେକନିକାଲ ତ୍ରୁଟି ହେତୁ ହଇଚଇ ସୃଷ୍ଟି ହୋଇଥିଲା । ଏହି କାରଣରୁ ୨୩୨ ଜଣଙ୍କ ଜୀବନ ସମସ୍ୟାରେ ପଡ଼ିଥିଲା । ପାଇଲଟମାନେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଋଷର ମାଗଦାନ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲେ । ଏହା ପରେ ଯାତ୍ରୀମାନେ ଶାନ୍ତିରେ ନିଶ୍ୱାସ ମାରିଥିଲେ ।

Get real time updates directly on you device, subscribe now.