fbpx

ଖଡ଼ଗ ନଦୀରେ ୧୨୬ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୦ ହଜାର ଲୋକଙ୍କୁ ଫାଇଦା

ଭୁବନେଶ୍ୱର: ଖଡ଼ଗ ନଦୀରେ ୧୨୬ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳାଶୟ ନିର୍ମାଣ ହେବ । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାଦ୍ୱାରା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ, କନ୍ଧମାଳର ବାଲିଗୁଡ଼ା ବ୍ଲକ ଏବଂ ବଲାଙ୍ଗୀରର ଗୁଡ଼ଭେଲା ବ୍ଲକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।

ଏହି ଯୋଜନାରେ ବାଲିଗୁଡ଼ା ବ୍ଲକର ଲଢ଼ଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରାଯିବ । କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପନିର୍ମାଣ କରାଯିବ ଏବଂ ଏହା
ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟଜଳର ଆବଶ୍ୟକତା ପୂରଣ, ମାଛଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ ।

ସୂଚନାଯୋଗ୍ୟ, ଚଳିତମାସ ୫ ତାରିଖରେ ଫାଇଭ୍‍-ଟି ସଚିବ ଭି.କେ.ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡ଼ଗ ନଦୀରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବିପତ୍ର ଦେଇଥିଲେ ।

Get real time updates directly on you device, subscribe now.