‘ପିଡ଼ିତାର ପ୍ରାଇଭେଟ୍ ପାର୍ଟରେ ଆଘାତର କୌଣସି ଚିହ୍ନ ନାହିଁ, ଏହାର ଅର୍ଥ ନୁହେଁ କି ଯୌନ ନିର୍ଯ୍ୟାତନା ଦିଆଯାଇନାହିଁ’: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ଦୁସ୍କର୍ମ ମାମଲାରେ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ‘ପିଡ଼ିତାର ପ୍ରାଇଭେଟ୍ ପାର୍ଟରେ ଆଘାତର କୌଣସି ଚିହ୍ନ ନାହିଁ, ଏହାର ଅର୍ଥ ନୁହେଁ କି ପିଡ଼ିତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇ ନାହିଁ’ ।

୨୦୧୭ ମସିଆରେ ଦିଲ୍ଲୀ ହାଇକୋର୍ଟ ସାଢ଼େ ଚାରି ବର୍ଷର ନାବାଳୀକା ସହିତ ଦୁସ୍କର୍ମ ମାମଲାରେ ଶୁଣାଯାଇଥିବା ସଜା ବିରୋଧରେ ଶୁଣାଣି କରୁଥିଲେ । ଯେଉଁ ସମୟରେ ବିଚାରପତି ଅମିତ ବଂଶଲ ଅଭିଯୁକ୍ତକୁ ଦିଆଯାଇଥିବା ଦଣ୍ଡକୁ କାଏମ ରଖି ଏହି ଟିପ୍ପଣି କରିଥିଲେ । କୋର୍ଟ କହିଥିଲେ କି ଏହି ବ୍ୟକ୍ତି, ଯିଏ ନାବାଳିକାର ପଡ଼ୋଶୀ ଥିଲା । ତା ଦ୍ୱାରା କରାଯାଇଥିବା ଅପରାଧ ପାଇଁ ଏହି ଆଧାରରେ ଛଡ଼ା ଯାଇ ପାରିବ ନାହିଁ ।