fbpx

ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ଚାକିରି ନମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜ୍ ପର୍ଯ୍ୟନ୍ତ ପହଞ୍ଚିଗଲେ ଯୁବକ

ନୂଆଦିଲ୍ଲୀ: ବିହାରରେ ସ୍ୱାଧୀନତା ଦିବସ ପାଳନ ବେଳେ ସିଏମ ନୀତୀଶ କୁମାରଙ୍କ ସୁରକ୍ଷା କ୍ଷେତ୍ରରେ ତ୍ରୁଟିର ଏକ ବଡ଼ ମାମଲା ସାମ୍ନାକୁ ଆସିଛି । ସ୍ୱାଧୀନତା ଦିବସରେ ଗାନ୍ଧୀ ମଇଦାନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ବୋଧିତ କରୁଥିଲେ, ସେହି ସମୟରେ ଜଣେ ଯୁବକ ଡି ଅଞ୍ଚଳରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ।

ସେଠାରେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଧରିଥିଲେ । ଏହି ସମୟରେ ଯୁବକ କିଛି ସ୍ଲୋଗାନ ଦେଇ ପାଟିତୁଣ୍ଡ କରିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

ପାଟଣାର ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ଚନ୍ଦ୍ରଶେଖର ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ଯୁବକ ଜଣକ ମୁଙ୍ଗର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାଁ ନୀତିଶ କୁମାର । ତାଙ୍କ ହାତରେ ଏକ ପଦକ ଥିଲା । ଯୁବକଙ୍କର ପିତାଙ୍କ ନାମ ରାଜେଶ୍ୱର ମଣ୍ଡଳ ।

ସେ କହିଥିଲେ ଯେ, ୧୯୯୬ ରେ ନିର୍ବାଚନ ସମୟରେ ଯୁବକଙ୍କ ପିତା ସହିଦ ହୋଇଥିଲେ ଏବଂ ସେ ବିଏମପିର ଯବାନ ଥିଲେ । ସହିଦ ହେବା ପରେ ଯୁବକ ଜଣକ ଅନୁକମ୍ପାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ, ଘଟଣାର ସୂଚନା ବିହାର ପୋଲିସ ମୁଖ୍ୟାଳୟକୁ ଦିଆଯାଇଛି । ଏହା ସହିତ ଘଟଣାର ଅନୁସନ୍ଧାନ କରାଯାଉଛି ଯେ ଯୁବକ ଜଣକ କାହା ସହିତ ପାଟଣାର ଗାନ୍ଧୀ ମଇଦାନକୁ ଆସିଥିଲେ ଏବଂ ସେ କିପରି ଭିଆଇପି ଗ୍ୟାଲେରୀରେ ପ୍ରବେଶ କରିଥିଲେ ।

Get real time updates directly on you device, subscribe now.