fbpx

୨୦୨୪ ରେ ପୁଣି କ୍ଷମତାକୁ ଆସିବି, ଏହି ଲାଲ୍‌କିଲ୍ଲାରୁ ଦେଶର ବିକାଶ ହିସାବ ଦେବି; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସାରା ଭାରତ ବର୍ଷ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଅଭିଭାଷଣରେ ୧୦ ବର୍ଷର ବିକାଶ କ୍ଷେତ୍ରକୁ ନେଇ ହିସାବ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଥ୍ରୀ – ଡି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା କଥା କହିଛନ୍ତି ମୋଦୀ । ସେ କହିଛନ୍ତି, ଡେମୋକ୍ରାସି, ଡେମୋଗ୍ରାଫି, ଡାଇଭର୍ସିଟି ଅର୍ଥାତ୍ ଭୌଗୋଳିକ ସ୍ଥିତି, ବିବିଧତା ଓ ଗଣତନ୍ତ୍ର ଦେଶର ସ୍ୱପ୍ନ ପୂରଣ କରିବାକୁ ସମର୍ଥ । ସେହିପରି ଆଜିର ଅଭିଭାଷଣରେ ୨୦୨୪ ପୁଣି ମୋଦି କ୍ଷମତାରେ ଆସିବେ ବୋଲି ଦୃଢ଼ୋକ୍ତି କରିଛନ୍ତି । ୨୦୨୪ ପୁଣି ଲାଲ୍‌କିଲ୍ଲା ଆସିବି କହିବା ସହ ଦେଶର ବିକାଶ ନେଇ ଏହି ଲାଲ୍‌କିଲ୍ଲାରୁ ହିସାବ ଦେବାକୁ କହିଛନ୍ତି ।

ସୂଚନା ଥାଉକି, ଆଜି ସ୍ୱାଧୀନତା ଦିବସ ଅବସରରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସକାଳୁ ପ୍ରଥମେ ସେ ରାଜଘାଟରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଓ ଏହା ପରେ ଯାଇ ଲାଲକିଲ୍ଲାରେ ପହଞ୍ଚିଥିଲେ । ସେଠାରେ ୩ ସେନା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ପ୍ରଦାନ କରାଯାଇଥିଲା । ପରେ ଲାଲ୍ଲକିଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏ ଅବସରେ ବାୟୁସେନାର ଧ୍ରୁବ ହେଲିକ୍ୟାପଟର ଦ୍ୱାରା ୧୮ଶହ ସମ୍ମାନିତ ଅତିଥି ଓ ଉପସ୍ଥିତ ଜନତାଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା । ଏଥି ସହ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.