fbpx

ଅମର ସହିଦ୍‌ ଜବାନଙ୍କ ପରିବାରକୁ ସମ୍ମାନ ଉଦ୍ଦେଶ୍ୟରେ ‘ଓଡ଼ିଶା ଭାସ୍କର’ ପରିବାର ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମା ତୁଝେ ସଲାମ୍‌’

ଭୁବନେଶ୍ୱର: ମଙ୍ଗଳବାର ସାରା ଦେଶରେ ଖୁବ୍ ଉତ୍ସାହର ସହିତ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି ୭୭ ତମ ସ୍ୱାଧୀନତା ଦୀବସ । ଏହି ଅବସରରେ ଓଡ଼ିଶା ଭାସ୍କର ପକ୍ଷରୁ ଆୟୋଜିତ ମା ତୁଝେ ସଲାମ୍‌’ କାର୍ଯ୍ୟକ୍ରମର ୧୪ ତମ ସଂସ୍କରଣରେ ଦେଶ, ଜାତି ପାଇଁ ସର୍ବୋଚ୍ଚ ବଳୀଦାନ ଦେଇଥିବା ବୀର ସହିଦ୍ ଜବାନ ମାନଙ୍କ ପରିବାରକୁ ସମ୍ମାନିତ କରାଯାଇଛି । ସହିଦ୍ ଜବାନଙ୍କ ପରିବାର ଉଦେଶ୍ୟରେ ଓଡ଼ିଶା ଭାସ୍କର ପରିଚାଳନା ନିର୍ଦେଶକ ମଧୁ ମହାନ୍ତୀ କହିଛନ୍ତି ଯେ, ଆମେ ବର୍ତ୍ତମାନ ୧୧୦ ସହିଦ୍ ପରିବାରର ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କ ପରିବାର କଲ୍ୟାଣ ପାଇଁ କାର୍ଯ୍ୟ କରୁଛୁ, ଆଗକୁ ଏହି ତାଲିକା ଆହୁରି ବଢିଚାଲିବ ।

ଚଳିତ ବର୍ଷ ମା ତୁଝେ ସଲାମ୍‌ ଭୂବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟମ୍ ହୋଟେଲରେ ଅନୁଷ୍ଠିତ ହୋଇଥିଲା । ବୀର ସହିଦମାନଙ୍କ ଦେଶପ୍ରେମ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଏକ ହଜାରରୁ ଅଧିକ ଦର୍ଶକ ଏକତ୍ରିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଏସ୍‌ଏଫ୍ ଆଇଜି ଧନେଶ୍ୱର ଶର୍ମା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ଭାରତୀୟ ସ୍ଥଳସେନାରୁ ମେଜର ଭରତ ସେଖାବତ୍‌, ୱିଙ୍ଗ୍ କମାଣ୍ଡର ରାଜଲକ୍ଷ୍ମୀ ପୃଥିରାଜ, କମାଣ୍ଡିଂ ଅଫିସର୍‌, ୯ ଏୟାରମ୍ୟାନ୍ ସିଲେକ୍ସ ସେଣ୍ଟର, ଭାରତୀୟ ବାୟୁସେନା ଅଧିକାରୀ, ଏସ୍ ଆର ଦାଶ, ଡିଆଇଜି, ଭାରତୀୟ ତଟରକ୍ଷା ବାହିନୀ, କମାଣ୍ଡ ଏନ୍‌ପି ପ୍ରଦୀପ, କମାଣ୍ଡିଂ ଅଫିସର ଆଇଏନ୍‌ଏସ୍ ଚିଲିକା, ଏମ୍ ରଘୂରାମ, ଡିଆଇଜିପି ସିଆରପିଏଫ୍ ଅଧିକାରୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭ ପୁର୍ବରୁ ଆମନ୍ତ୍ରୀତ ଅତିଥିମାନେ, ଓଡିଶା ଭାସ୍କରର ଓଡ଼ିଶା ଭାସ୍କର ପରିଚାଳନା ନିର୍ଦେଶକ ଏବଂ ଏହାର ସିଇଓ କୌସ୍ତୁବ ଦାସ ଅମର ସହିଦ୍‌ ଜବାନଙ୍କୁ ପୁସ୍ପମାଲ୍ୟ ଅର୍ପଣ କରିଥିଲେ ।

ସିଇଓଙ୍କ ସ୍ୱାଗତ ଅଭିଭାଷଣ ରଖିବା ପରେ ଏମଡି ମଧୁ ମହାନ୍ତିଙ୍କ ଉପସ୍ଥିତ ଅଧିକାରୀ ଏବଂ ସହିଦ୍ ପରିବାର,ଦର୍ଶକ ମାନଙ୍କୁ ସମ୍ବୋଧନ କରି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଓଡିଶାରେ ଶହୀଦଙ୍କ ପରିବାର ପାଖରେ ଛିଡ଼ା ହେବା ପାଇଁ ଶ୍ରୀ ମହାନ୍ତି ଓଡ଼ିଶା ଭାସ୍କରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏହି ଅବସରରେ ୬ ଜଣ ଓଡିଆ ସହିଦଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସହୀଦମାନଙ୍କ ମଧ୍ୟରେ ସିଆରପିଏଫ୍ ସହିଦ୍ ସୁଶାନ୍ତ କୁମାର ଖୁଣ୍ଟିଆ ଗତ ସପ୍ତାହରେ ଝଡଖଣ୍ଡରେ ମାଓବାଦୀ ବିରୋଧୀ ଅପରେସନ ସମୟରେ ନିଜ ଜୀବନକୁ ବାଜି ଲଗାଇଥିଲେ । ଭାରତୀୟ ସେନାର ସହିଦ ଦେବାଶିଷ ବିଶ୍ୱାଳ, ଓଡ଼ିଶା ପୋଲିସର ସହିଦ କାହ୍ନୁ ଚରଣ ମାଢ଼ି, ଓଡିଶା ପୋଲିସର ସହିଦ ପ୍ରସନ୍ନ କୁମାର ପାତ୍ର, ସହିଦ କାହ୍ନୁ ଚରଣ ଦେବତା, ଏସ୍‌ଓଜି ଓଡ଼ିଶା ପୋଲିସ୍ ଏବଂ ଓଡ଼ିଶା ପୋଲିସରେ କାର୍ଯ୍ୟ କରୁଥିବା ଗ୍ରାମରକ୍ଷୀ ସହିଦ୍ ଜଗାରାଓ ଗୋମ୍ପାରାୟ ସାମିଲ ରହିଥିଲେ । ବୀର ସହିଦ୍ ପରିବାର ସଦସ୍ୟଙ୍କୁ ସମ୍ମନିତ କରିବା ସମୟରେ ସେମାନଙ୍କର ବୀରଗାଥା ପ୍ରଦର୍ଶନ କରାଯାଇଥିଲା ।

ଏହି ଅବସରରେ ୱିଙ୍ଗ୍ କମାଣ୍ଡର ରାଜଲକ୍ଷ୍ମୀ ପୃଥୀରାଜ ସାଧାରଣ ଜନତାଙ୍କୁ ବିଭିନ୍ନ କ୍ଷେତ୍ରରେ ଦେଶ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ୍ ଦେଇଥିଲେ, ଯେଉଁଥିରେ ପ୍ରତିରକ୍ଷା କର୍ମଚାରୀଙ୍କ ଭଳି ଦେଶପ୍ରେମ ଉତ୍ସାହ ରହିଛି ।

ଏହି କାର୍ଯ୍ୟକ୍ରମର ଆରମ୍ଭ ଏବଂ ଶେଷରେ ସିଆରପିଏଫ୍ ବ୍ୟାଣ୍ଡ ଟିମ୍ ଜାତୀୟ ସଂଙ୍ଗୀତ ବଜାଇଥିଲେ । ଶେଷରେ ଓଡ଼ିଶା ଭାସ୍କର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ ସମସ୍ତ ଅତିଥି ଏବଂ ଦର୍ଶକଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.