fbpx

Jio AirFiber ନା Airtel Xstream AirFiber କାହାର ଦାମ କମ ଏବଂ ସ୍ପିଡ ଅଧିକ? ଆସନ୍ତୁ ଜାଣିବା କ’ଣ ରହିଛି ସତ….

ନୂଆଦିଲ୍ଲୀ : ଏୟାରଟେଲର ଏକ୍ସଷ୍ଟ୍ରିମ ଏୟାରଫାଇବର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜିଓର ଏୟାରଫାଇବର ସେପ୍ଟେମ୍ବର 19 ରେ ଲଞ୍ଚ ହେବାକୁ ଯାଉଛି। ଉଭୟ ହିଁ ଫିକ୍ସଏଡ଼ ୱାଏରଲେସ କମ୍ୟୁନିକେସନ ସିଷ୍ଟମ ଅଟେ । ଯାହାକି ଏକ ସରଳ ପ୍ଲୁଗ ସହିତ ଗୋଟିଏ ସ୍ଥାନରେ ରହି ଘରେ 5G ଇଣ୍ଟରନେଟ୍ ସେବା ଯୋଗାଏ । ଏଥିପାଇଁ ରାଉଟର ଏବଂ ଫାଇବର କେବୁଲର କୌଣସି ଆବଶ୍ୟକତା ନାହିଁ । କେବଳ ଗୋଟିଏ ଡିଭାଇସ୍ ଇନଷ୍ଟଲ୍ କରି ଆପଣ ଇଣ୍ଟରନେଟ୍ ସ୍ପିଡ୍ ପାଇବେ । ଯେଉଁଠାରେ ଅପ୍ଟିକାଲ୍ ଫାଇବର ସଂଯୋଗ ନାହିଁ ସେହି ସ୍ଥାନଗୁଡିକରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ , ଏହା ଭାରତର ଗ୍ରାମାଞ୍ଚଳରେ ଅତ୍ୟନ୍ତ ଲାଭଦାୟକ ହୋଇପାରେ ।

Jio AirFiber ନା Airtel Xstream AirFiber କାହାର ଦାମ କମ :
ଏୟାରଟେଲ ଗ୍ରାହକଙ୍କ ପାଇଁ ଗୋଟିଏ ମାସ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା ଅନୁଯାୟୀ, ଏକ୍ସଟ୍ରିମ୍ ଏୟାରଫାଇବର ସଂଯୋଗର ମୂଲ୍ୟ 7,733 ଟଙ୍କା ହେବ, ଯେଉଁଥିରେ ଏୟାରଫାଇବର ରାଉଟର ପାଇଁ 2500 ଟଙ୍କା ଫେରସ୍ତଯୋଗ୍ୟ ସିକ୍ୟୋରୀଟି ଡ଼ିପୋସିଟ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଟେଲିକମ୍ କମ୍ପାନୀ ଏହାର ୱେବସାଇଟ୍ ଅପଡେଟ୍ କରିଛି ଯାହା ଦ୍ୱାରା ସେମାନେ ସେବାର ଉପଲବ୍ଧତା ଯାଞ୍ଚ କରିପାରିବେ ।

ଏଥି ସହିତ ଜିଓ ଆସନ୍ତା ମାସରେ ବିକ୍ରୟ ଦିନ ଏବଂ ସେବାର ମୂଲ୍ୟ ଘୋଷଣା କରିବ ବୋଲି କହିଛି । ଆଶା କରାଯାଏ ଯେ, ଏହି ସେବାର ମୂଲ୍ୟ ଏହାର ସମାନ ସେବା ଅପେକ୍ଷା 20 ପ୍ରତିଶତ କମ୍ ହେବ । ଇଟି ଟେଲିକମ୍ ରିପୋର୍ଟ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ 6 ହଜାର ଟଙ୍କା ହେବ ।

କାହାର ଇଣ୍ଟରନେଟ ସ୍ପିଡ ଅଧିକ :
ଏହି ଦୁଇଟି ଟେଲିକମ କମ୍ପାନୀ ନିଜ ଗ୍ରାହକ ପାଇଁ ୬ ରାଉଣ୍ଡର ୱାଇ-ଫାଇ ପ୍ରଦାନ କରିବାର ଯୋଜନା ବନାଇଛନ୍ତି । ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା Jio AirFiber ଏବଂ Airtel Xstream AirFiber ସିମ କାର୍ଡର ମାଧ୍ୟମରେ 5G କନେକସନ ସହିତ ଆସିଥାଏ । ଅଞ୍ଚଳ ଅନୁଯାୟୀ କଭରେଜ ଉପଲବ୍ଧ କରାଯିବ । ଏୟାରଟେଲ କେବଳ ଗୋଟିଏ ଯୋଜାନ ଯୋଗାଇଛି, ଯାହାକି 100Mbps ପର୍ଯ୍ୟନ୍ତ ସ୍ପିଡ ମିଳୁଛି । ଏହା ବ୍ୟତୀତ ଏବେ ଜିଓ 100Gbps ର 5G ସ୍ପିଡ ଦାବି କରୁଛି ।

ଜିଓଙ୍କ କହିବା ଅନୁଯାୟୀ, ସେମାନେ ଦାବି କରୁଛନ୍ତି ଯେ ଏୟାରଟେଲର NSA 5G ନେଟୱାର୍କ ବଦଳର SA 5G ନେଟୱାର୍କ ବ୍ୟବହାର କରିବା ଦ୍ୱାରା ଜିଓ ଏୟାର ଫାଇବରର କାର୍ଯ୍ୟଦକ୍ଷତାକୁ ଉନ୍ନତ କରାଯାଇପାରିବ ।

Get real time updates directly on you device, subscribe now.